www.samajalive.in
Friday, December 5, 2025
20.1 C
Bhubaneswar

ଦ୍ୱିପଗ୍ରାମ ମର୍ଜାକୁଦକୁ ମୋଟର ବୋଟ ସେବା ଆରମ୍ଭ

ବୌଦ୍ଧ: ବୌଦ୍ଧ ଏନଏସି ଅନ୍ତର୍ଗତ ମର୍ଜାକୁଦକୁ ଚାରିପଟୁ ମହାନଦୀ ଘେରି ରହିଥିବାବେଳେ ବର୍ଷାଦିନରେ ବନ୍ୟାପାଣି ଯୋଗୁଁ ଛୋଟ ଛୋଟ ଡଙ୍ଗାଗୁଡିକରେ ଲୋକମାନେ ବିପଦପୂର୍ଣ୍ଣ ଯାତ୍ରା କରିଥାନ୍ତି।ମର୍ଜାକୁଦବାସୀ ଦୈନିକ ବଜାର ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ପାଇଁ ପ୍ରତିଦିନ ନଦୀ ପାର ହୋଇ ସହର ଭିତରକୁ ଆସିଥାନ୍ତି। ଶହ ଶହ ସଂଖ୍ୟାରେ ମହିଳା ଓ ପରୁଷ ଏପରିକି ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଭାବରେ ଭରା ନଦୀ ପାର ହେଉଥିବାରୁ ବୌଦ୍ଧ ଏନଏସି ପକ୍ଷରୁ ମର୍ଜାକୁଦବାସୀଙ୍କ ଧନଜୀବନ ରକ୍ଷା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ଅନୁଦାନରେ ଦୁଇଟି ମୋଟର ବୋଟ ବ୍ୟବସ୍ଥା କରାଯାଇଛି। ଏହି ଦୁଇଟି ମୋଟର ବୋଟ ଦ୍ୱାରା ଥରକୁ ୧୨ ଜଣ ଯାତ୍ରୀ ନଦୀ ପାର ହୋଇପାରିବେ। ସେଥିପାଇଁ ୪ ଜଣ ଅଭିଜ୍ଞ ନାବିକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ପ୍ରତିଦିନ ମହାନଦୀରେ ମୋଟରବୋଟରେ ଯାତ୍ରୀ ପରିବହନ ବ୍ୟୟ ସାପେକ୍ଷ ହୋଇଥିବାବେଳେ ସରକାରୀ ଭାବରେ ଦର ଧାର୍ୟ୍ୟ ନହେବା ଯାଏ ମାଗଣାରେ ଏହି ସେବା ଯୋଗାଇଦିଆଯାଉଥିବା ଜଣାଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏହି ମୋଟରବୋଟ୍‍ ସେବାର ଶୁଭାରମ୍ଭ କରିବା ସହିତ ସୂରକ୍ଷା ସରଞ୍ଜାମ ସହିତ ଯାତ୍ରୀମାନେ ନଦୀ ପାର ହେବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଉପଜିଲ୍ଲାପାଳ ଅଶ୍ୱନୀ କୁମାର ମେହେର,ଜିଲା ଜରୂରୀକାଳୀନ ଅଧିକାରୀ ଅବିନାଶ ପାଣ୍ଡିଆ,ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା, ଓସଡମାର ପ୍ରୋଗ୍ରାମ ଅଫିସର ଆଲୋକ ରଥ ଓ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories