www.samajalive.in
Sunday, December 14, 2025
19.1 C
Bhubaneswar

ଭୁଲ ଇଟା ଯୋଗାଣ ଦର୍ଶାଯିବା ଯୋଗୁଁ ଆଦିବାସୀ ଆବାସ ହିତାଧିକାରୀ ଅର୍ଥ ନ ପାଇ ହଟହଟ୍ଟା

ପାତ୍ରପୁର : ସରକାର ପାତ୍ରପୁର ବ୍ଳକର ଦୁର୍ଗମ ଆଦିବାସୀ ଅଞ୍ଚଳରେ ତିତଲି ପରେ ଲୋକଙ୍କୁ ପକ୍କା ଘର ଯୋଗାଣ ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ବ୍ଳକରେ ତିତଲି ବାତ୍ୟାରେ ବହୁ ମାତ୍ରାର ଘର ଭାଙ୍ଗି ଯାଇଥିବା ତିନୋଟି ଆଦିବାସୀ ପଂଚାୟତ ତୁମ୍ବା, ବୁର।ତ।ଲ ଏବଂ ଆଙ୍କୁଲି ପଞ୍ଚାୟତରେ ଏଗାର ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ବିଜୁ ପକ୍କା ଘର କାର୍ଯ୍ୟାଦେଶ ଦେଇଥିଲେ। ତେବେ ନିର୍ମାଣ ସମୟରେ କିଛି ଲୋକଙ୍କୁ ସରକାରୀ ଭବେ ସିମେଣ୍ଟ ଇଟା ନଦେଇ ଦେବା ଭଳି ଦର୍ଶାଯାଇଥିବା ଯୋଗୁଁ ପ୍ରାପ୍ୟ ଠିକ ସମୟରେ ମିଳୁ ନଥିବା ଅଭିଯୋଗ ହେଉଛି । ଦୁର୍ଗମ ମହଲିମ୍ବ ଗ୍ରାମର ଜଣେ ଆଦିବାସୀ ଜଟିଆ ନାୟକ ବହୁ କଷ୍ଟରେ ଅଧିକ ଖର୍ଚ୍ଚ।ନ୍ତ ହୋଇ ଘର ଛାତ ପକାଇ ଥିବା ବେଳେ ଚତୁର୍ଥ କିସ୍ତି ତିରିଶି ହଜାର ଛଅ ମାସ ହେଲା ମିଳିପାରି ନାହିଁ। ଘର କାମ ପାଇଁ ସେ କରଜ କରିଥିବା ବେଳେ ପ୍ରଶାସନର ପୂର୍ବ ପ୍ରତିଶୃତି କୁ ନେଇ ସେ ବାରମ୍ବାର ଗ୍ରାମରୁ ଦୁର୍ଗମ ପଥ ଅତିକ୍ରମ କରି ପାତ୍ରପୁରରେ ପହଞ୍ଚି ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ । ତିତଲି ପରେ ଘରର ସ୍ଥାୟୀତ୍ୱ ପରିଲିଖିତ କରି ଲୋକଙ୍କ ଘର ନିର୍ମାଣ ପାଇଁ ଦେଶୀ ମାଟି ଇଟା ବଦଳରେ ସିମେଣ୍ଟ ଇଟାରେ ଘର ନିର୍ମାଣ କରିବା ପାଇଁ ସ୍ତିର ହୋଇଥିଲା। ଏହା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏହି ଇଟା ନିର୍ମାଣ କୌଶଳ ପାଇଁ ସଂସ୍ଥା ଟ୍ରେନରଙ୍କୁ ଆଣି ଲୋକଙ୍କୁ ତାଲିମ ଦେଇଥିଲେ । ଏହା ପରେ କାର୍ଯ୍ୟ।ଦେଶ ପାଇଥିବା କିଛି ଲୋକଙ୍କୁ ଇଟା ଯୋଗାଯାଇଥିଲା। ତେବ ଇଟା ନେଇନଥିବା ଲୋକଙ୍କୁ ଇଟା ଦେବା ଭଳି ରେକର୍ଡରେ ଦର୍ଶ।ଯାଇ ଥିବା ଯୋଗୁଁ କିଛି ଲୋକ ଘର ନିର୍ମାଣପରେ ଠିକ ଭାବେ ପ୍ରାପ୍ୟ ମିଳିନଥିବା ଅଭିଯୋଗ ହେଉଛି । ପାତ୍ରପୁର ବ୍ଳକ ବୁରାତାଲ ପଞ୍ଚାୟତ ମହଲିମ୍ବ ଗ୍ରାମର ଜଣେ ଆଦିବାସୀ ଘର ସମ୍ପୂର୍ଣ୍ଣ କରିଥିବା ବେଳେ ଛଅମାସ ହେଲା ଚତୁର୍ଥ କିସ୍ତି ପ୍ରାପ୍ୟ ନପାଇ ହଟହଟା ହେଉଛନ୍ତି । ଏହି ବ୍ୟକ୍ତିଜଣଜ ହେଉଛନ୍ତି ମହଲିମ୍ବ ଗ୍ରାମର ଜଟିଆ ନାୟକ ବୋଲି ଜଣା ପଡ଼ିଛି। ତାଙ୍କୁ ୨୦୧୯ ଅଗଷ୍ଟ ମାସରେ ଘର ନିର୍ମାଣପାଇଁ କାର୍ଯାଦେଶ ମିଳିଥିଲା।

ଗ୍ରାମଟି ପାହାଡ଼ ଉପରେ ଥିବା ଯୋଗୁଁ ଘର ନିର୍ମାଣପାଇଁ ଜିନିଷ ପରିବହନ ଅସୁବିଧା ସୃଷ୍ଟିହେଉଥିଲା। ତେବେ ଗ୍ରାମର ଜଣେ ରୋଗୀଙ୍କୁ ରାସ୍ତା ନଥିବାରୁ ଖଟିଆରେ ପାହାଡ ତଳକୁ ବୋହି ନେବା ନେଇ ‘ସମାଜ’ରେ ଖବର ପ୍ରକାଶପରେ ତୁମ୍ବା ଉନ୍ନୟନସଂସ୍ଥା ତରଫରୁ ପ୍ରଥମଥରପାଇଁ ରାସ୍ତା ନିର୍ମାଣକରାଯାଇଥିଲା। ତେବେ ଗ୍ରାମକୁ ରାସ୍ତା ପହଞ୍ଚି ନଥିବା ବେଳେ ଯେଉଁ ସ୍ଥାନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଥିଲା ସେହି ସ୍ଥାନରେ ଗ୍ରାମର ଦଶରୁ ଉର୍ଦ୍ଧ ଲୋକ ଆସି ଘର ନିର୍ମାଣ କରିଥିଲେ । ଲୋକମାନେ ଭାଟିରୁ ଇଟା କିଣି ଗ୍ରାମକୁ ଟ୍ରାକ୍ଟର ଯୋଗେ ନେଇଥିଲେ। ତେବେ ଜଟିଆଙ୍କ ଘର ଛାତ ପଡି ଥିବା ବେଳେ ଚତୁର୍ଥ କିସ୍ତି ଅର୍ଥ ରାଶି ୩୦ ହଜାର ମିଳିପାରି ନାହିଁ। ତାଙ୍କ ନାମରେ ସିମେଣ୍ଟ ଇଟା ନେବା ଭଳି ରେକର୍ଡରେ ଦର୍ଶାଇ ଅର୍ଥ ଛଅମାସ ହେଲା ଦିଆଯାଉ ନାହିଁ। ଏନେଇ ବିଭିନ୍ନ ସମୟରେ ବ୍ଳକ କର୍ତ୍ତୃପକ୍ଷଙ୍କୁ ଚତୁର୍ଥ କିସ୍ତି ପ୍ରାପ୍ୟ ଦେବା ପାଇଁ ନିବେଦନ କରିଥିଲେ ମଧ୍ୟ ମିଳି ପାରି ନାହିଁ। ଯାହା ଫଳରେ ତାଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସେ ଜଣେ ଅତି ଗରିବ ହୋଇଥିବା ବେଳେ ଧାର ଉଦ୍ଧାର କରି ଘର ନିର୍ମାଣ କରିଥିଲେ ମଧ୍ୟ ତାଙ୍କରି ଗୁହାରି କେହି ଶୁଣୁନଥିବା କହିଛନ୍ତି  ।ଦୁର୍ଗମ ଅଞ୍ଚଳରେ ପକ୍କା ଘର ନିର୍ମାଣପାଇଁ ସରକାର ଅର୍ଥ ଯୋଗାଉଥିବା ବେଳେ କାହା ଭୁଲ ଯୋଗୁଁ ଜଟିଆ ଏହି ଅବସ୍ଥାର ସମ୍ମୁଖିନ ହୋଇଛନ୍ତି ଏହି ଭଳି ଅନ୍ୟ କେତେଜଣଙ୍କୁ ରେକର୍ଡରେ ଭୁଲ ଇଟା ଯୋଗାଣ ହେବ ଭଳି ଦର୍ଶାଯାଇ ଏହି ରାକେଟ ରେ କେଉଁ ମନେ ସଂପୃକ୍ତ ତାହାର ତଦନ୍ତକରି ତୁରନ୍ତ ବକେୟା ଅର୍ଥ ପ୍ରାପ୍ୟ କରିବା ସହ ଚଞ୍ଚକତା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏହିଭଳି ଘଟଣାର ପୁନରାବୃତ୍ତି ଘଟିବା ରୋକାଯାଇ ପାରିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories