www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଆ ଲେଖକୀୟ ଆଳାପ ପର୍ବର ଆଲୋଚନା, ସାମ୍ପ୍ରତିକ ଓଡ଼ିଆ ନାଟକ

ଓଡ଼ିଆ ଲେଖକୀୟ ଆଳାପ ପର୍ବ ପକ୍ଷରୁ ଏକ ଆଭାସୀ ଆଲୋଚନା ଚକ୍ର ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦର ସଭାପତି ପ୍ରଫେସର ଡଃ ଭୁବନାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ନାଟକ ପ୍ରସଙ୍ଗରେ ଆଲୋଚନା ହେବା ସହ ନାଟ୍ୟକାର ଭାବଗ୍ରାହୀ ଦାସଙ୍କ ସଦ୍ୟ ପ୍ରକାଶିତ ନାଟକ ‘ପ୍ରଜାପତିର ଡେଣା’ର ସମୀକ୍ଷା କରିଥିଲେ ଅଧ୍ୟାପକ ସୁବ୍ରତ ଦାସ। ନାଟ୍ୟ ସମାଲୋଚକ ଓ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଡଃ ନାରାୟଣ ସାହୁ ଆଧୁନିକ ଓଡ଼ିଆ ନାଟକର ବିକାଶ ଧାରା ଉପରେ ଆଲୋକପାତ କରିଥିଲେ। ନାଟ୍ୟକାର ଡଃ ସାହୁ ନାଟକର ଅଭିନୟ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ମଞ୍ଚକଳା ସମ୍ବନ୍ଧୀୟ ତାତ୍ତ୍ୱିକ ଦିଗଦର୍ଶନସମୂହ ଉପସ୍ଥାପନ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡଃ ଅଜୟ କୁମାର ମିଶ୍ର, ଅଧ୍ୟାପିକା ପୁଷ୍ପଲତା ବେହେରା, କବି ନଗେନ୍ଦ୍ର ରାଉତ, ଡଃ ମାନସ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଏହି ଆଲୋଚନା ଚକ୍ରରେ ପ୍ରଫେସର କୃଷ୍ଣ ଚନ୍ଦ୍ର ପ୍ରଧାନ, ଡଃ ନକୁଳ ମେହେର, ଡଃ ତରୁଲତା ଦେବୀ, ଡଃ ନୃସିଂହ ଚନ୍ଦ୍ର ଷଡ଼ଙ୍ଗୀ, ଅଧ୍ୟାପିକା ମନୀଷାକାନ୍ତି ଜେନା, ରାଜକିଶୋର ମିଶ୍ର, ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ, ଉତ୍କଳ କେଶରୀ ପଣ୍ଡା, କବି ଜୟଲକ୍ଷ୍ମୀ ସେଠୀ ପ୍ରମୁଖ ପଚାଶରୁ ଅଧିକ ଛାତ୍ରଛାତ୍ରୀ, ଗବେଷକ ଓ ଜିଜ୍ଞାସୁ ଯୋଗ ଦେଇଥିଲେ। ଅଧ୍ୟାପକ ସତ୍ୟବ୍ରତ ବେହୁରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡଃ ଏକାଦଶୀ ପ୍ରଧାନ, ଭୂପେନ ଚାଟାର୍ଜୀ, ଅରୁଣ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ଅଂଶଗ୍ରହଣ କରିଥିଲେ।

- Advertisement -

https://youtu.be/RA2Xah7tl9E

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories