ମାଆ ଓ ବଡ଼ଭାଇ ଆରପାରିରେ,ବାପା ଜେଲରେ ; ଅନାହାରରେ ୬ ଶିଶୁ 

କେଶଦୁରାପାଳ : ଦୀର୍ଘ ୭ଦିନ ଧରି ୬ ଅନାଥ ଶିଶୁ ଅନାହାରରେ ଥିବା ଦେଖବାକୁ ମିଳିଛି। କିଛି ଦିନ ତଳେ ବାପାର ମାଡ଼ ରେ ମା’ର ପ୍ରାଣ ଚାଲିଗଲା ପରେ ବାପା ଜେଲରେ ରହିଛନ୍ତି । ୬ ଅନାଥ ଶିଶୁଙ୍କ ଦାୟିତ୍ଵ ମୁଣ୍ଡାଇ ଥିବା ଭାଇ ୫ ଦିନ ହେଲା କୈଣସି ରୋଗରେ ପଡି ଆରପାରିକୁ ଚାଲିଯାଇଛି। ଫଳରେ ଗୋଟିଏ ପରିବାରର ୬ ଅନାଥ ଶିଶୁ ଅର୍ଦ୍ଧାହାରରେ ରହି ହନ୍ତସନ୍ତ ହେଉଛନ୍ତି । କୈଣସି ସୂତ୍ରରୁ ଖବର ପାଇ ସାଇକ୍ରିଷ୍ଟା ଫାଉଣ୍ଡେସନର ସଦସ୍ୟ ଗୋପବନ୍ଧୁ ଦାସ୍, ପ୍ରଦୀପ୍ ମାଝୀ, ସୁନୀଲ୍ ଓଝା, ଚିରଞ୍ଜିବୀ ପୃଷ୍ଟି, ମନୋରଞ୍ଜନ ସ୍ୱାଇଁ, ବିପିନ୍ ପହି, ପ୍ରହଲ୍ଲାଦ ନାଏକ୍,ଡମ୍ବରୁଧର ମହାନ୍ତ ପ୍ରମୁଖ ପହଁଞ୍ଚି ସହାୟତାର ହାତ ବଢାଇଛନ୍ତି ।ଏପରି ଅଭାବନୀୟ ଘଟଣା ଘଟିଛି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଧୁରୁଡିଆମ୍ବ ପଞ୍ଚାୟତ ଅନ୍ତର୍ଗତ ଧୁରୁଡିଆମ୍ବ ଗ୍ରାମରେ। ପରିବାରର ମୁରବୀ ମାନ ମୁଣ୍ଡା ଜେଲରେ ଅଛନ୍ତି। ତା’ଙ୍କ ସ୍ତ୍ରୀ ସୁକୁମତୀ ମୁଣ୍ଡା  ଓ ପୁଅ ରାମଚନ୍ଦ୍ର ମୁଣ୍ଡା, (୧୫) ଙ୍କ ପରଲୋକ ହୋଇଥିବାବେଳେ ଝିଅ ନିତିବାନ ମୁଣ୍ଡା, ଶ୍ରୀମତୀ ମୁଣ୍ଡା, ସୋମବାରୀ ମୁଣ୍ଡା, ରାଜଶ୍ରୀ ମୁଣ୍ଡା, ଲକ୍ଷ୍ମୀ ମୁଣ୍ଡା ଓ ୨ ବର୍ଷର ପୁଅ ଲିଟୁନ ମୁଣ୍ଡା ଛଅ ଜଣ ଭାଇ ଭଉଣୀ । କିନ୍ତୁ ସମସ୍ତେ ବେସହାରା ହୋଇ ଯାଇଛନ୍ତି । ମୁରବୀ ବିନା ସେମାନଙ୍କ  ପାଖରେ ଶିକ୍ଷାର ଅଭାବ ଦେଖିବାକୁ ମିଳିଛି।

prayash

ମାନମୁଣ୍ଡା କୌଣସି କାରଣରୁ ଉତକ୍ଷିପ୍ତ ହେଇ ନିଜ ସ୍ତ୍ରୀକୁ କିଛିଦିନ ପୁର୍ବରୁ ମାଡମାରୀ ବାରୁ ତା’ର ଦେହାନ୍ତ ହୋଇଥିଲା। ଯାହାଫଳରେ ମାନ ମୁଣ୍ଡା ଏବେ ଜେଲର ଚାରିକାନ୍ଥ ଭିତରେ ଦିନ କାଟୁଛି । ବାପା ଜେଲ ଗଲାପର ଠାରୁ ଘରେ ୭ ଜଣ ଭାଇ ଭଉଣୀ ରହୁଥିଲେ। ତାଙ୍କ ବଡ଼ପୁଅ ପାଖ ବଜାରରେ କୌଣସି ଦୋକାନରେ କାମକରି ପରିବାର ଭରଣପୋଷଣ କରୁଥିଲା। କିନ୍ତୁ ବିଧାତାର ଖେଳ ଅଲଗା ଥିଲା। ଆଜକୁ ୬ ଦିନ ତଳେ କୌଣସି କାରଣରୁ ବଡପୁଅର ମୃତ୍ୟୁ ହେଇଯାଇଛି। ତେଣୁ ୫ ଜଣ ନାବାଳିକା ଓ ୨ ବର୍ଷର ପୁଅ ଲିଟୁନ ବେସହାରା ହୋଇପଡିଛନ୍ତି, କେବଳ ଲୁହ ଗଡାଇବା ଛଡ଼ା ସେମାନଙ୍କ ନିକଟରେ କୌଣସି ଉପାୟ ନାହିଁ। ସେମାନଙ୍କ ଦୁଃଖ ସମୟରେ ନା ଅଛି ପ୍ରଶାସନ, ନା ଅଛି ନେତା ମାନଙ୍କର ଦେଖା। କେମିତି କଣ କରିବେ, ଏବେ ୬ ଜଣ ଛୁଆଙ୍କ ଆଖିରୁ ନିଦ ହଜିଯାଇଛି । ଏ ସଂପର୍କରେ ଗୁରୁବାର ସକାଳୁ ଖବର ପାଇ ସାଇକ୍ରିଷ୍ଟା ଫାଉଣ୍ଡେସନର ପ୍ରତିଷ୍ଠାତା ଗୋପବନ୍ଧୁ ଦାସଙ୍କ ନେତୃତ୍ଵ ରେ ସଦସ୍ୟମାନେ ସେହି ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ସମସ୍ତଙ୍କୁ ନୂତନ ପୋଷାକ ଓ ରାସନ ସାମଗ୍ରୀ ଯୋଗଇ ଦେଇଛନ୍ତି। । ଏ ସଂପର୍କରେ ଧୁରୁଡିଆମ୍ବ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେ ଅର୍ନ୍ନପୂର୍ଣ୍ଣ। ଯୋଜନାରେ ସେହି ପରିବାରକୁ ସାମିଲ କରିବା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଏହି ବେସହାରା ଶିଶୁ ମାନଙ୍କୁ ସରକାର ସହାୟତ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

kalyan agarbati

Comments are closed.