BJD Bijuli 480×75 Mob

ଆସ୍ଥା ଭୋଟ ପୂର୍ବରୁ ଇମ୍ରାନଙ୍କ ସମସ୍ୟା ବଢ଼ିଲା

୨୦ ଦଳୀୟ ସାଂସଦଙ୍କ ସମର୍ଥନ ପ୍ରତ୍ୟାହାର

BJD Bijuli 480×75 Mob

ଇସଲାମାବାଦ : ସଂସଦରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଠାରୁ ଦଳୀୟ ସାଂସଦମାନେ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଆସ୍ଥା ଭୋଟରେ ବିଜୟୀ ହେବା ଲାଗି ଇମ୍ରାନ ଅନ୍ୟଦଳ ସାଂସଦଙ୍କ ସମର୍ଥନ ଯୋଗାଡରେ ଲାଗିଥିବାବେଳେ ଦଳୀୟ ସଦସ୍ୟଙ୍କ ସମର୍ଥନ ପ୍ରତ୍ୟାହାର ତାଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି। ଗୁରୁବାର ପ୍ରାୟ ୨୦ଜଣ ଦଳୀୟ ସାଂସଦ ଇମ୍ରାନ ନେତୃତ୍ବ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଜଣାଯାଇଛି। ଫଳରେ ଇମ୍ରାନଙ୍କ ସରକାର ଭାଙ୍ଗିବା ନିଶ୍ଚିତ ହୋଇଛି। ଶାସକ ଦଳର ସାଂସଦ ରାଜା ରିଆଜ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହିତ ଆମର ମତଭେଦ ରହିଛି। ଆମେ ବିବେକ ଅନୁଯାୟୀ ଆମେ ସରକାର ସପକ୍ଷରେ ଭୋଟ ଦେବୁ ନାହୁଁ। ରାଜାଙ୍କ ସହିତ ଆଉ ତିନି ଶାସକ ସାଂସଦ ବିରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର କାର୍ଯ୍ୟାଳୟରେ ଡେରା ପକାଇଛନ୍ତି। ଇମ୍ରାନଙ୍କ ନେତୃତ୍ବ ଶାସକ ଦଳ ପିଟିଆଇର ନିମ୍ନ ସଦନରେ ୧୫୫ ସଦସ୍ୟ ଅଛନ୍ତି। ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲି (ସଂସଦ)ରେ ମୋଟ ସଦସ୍ୟ ସଂଖ୍ୟା ୩୪୨ ହୋଇଥିବାବେଳେ ସରକାର ବଞ୍ଚାଇବା ଲାଗି ଇମ୍ରାନଙ୍କୁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ବିରୋଧୀ ପିଏମ୍ଏଲ-ଏନ୍ ଓ ପିପିପି ପାଖରେ ୧୬୩ ସଦସ୍ୟ ଅଛନ୍ତି। ମାର୍ଚ୍ଚ ୨୭ରେ ସଂସଦରେ ଆସ୍ଥା ଭୋଟ ନିଆଯିବ।

Comments are closed.