www.samajalive.in
Monday, December 8, 2025
16.1 C
Bhubaneswar

ଜାଣନ୍ତୁ କ’ଣ ପାଇଁ ବାରାଣସୀରୁ ନିର୍ବାଚନ ଲଢ଼ିଲେନି ପ୍ରିୟଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ନିର୍ବାଚନ ନ ଲଢ଼ିବା ପ୍ରସଙ୍ଗରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୋ କାନ୍ଧରେ ପୂରା ଉତ୍ତର ପ୍ରଦେଶର ପ୍ରଚାର ଦାୟିତ୍ଵ ରହିଛି। ଗୋଟିଏ ନୁହେଁ, ୪୧ ଆସନରେ ପ୍ରାର୍ଥୀଙ୍କୁ ଜିତାଇବାର ଦାୟିତ୍ଵ ତାଙ୍କ ଉପରେ ନ୍ୟସ୍ତ। ତେଣୁ ଗୋଟିଏ ସ୍ଥାନରୁ ନିର୍ବାଚନ ଲଢ଼ି ଏ ଦିଗରେ କାର୍ଯ୍ୟ କରିବା ସମ୍ଭବ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି।

ଗତ ମାର୍ଚ୍ଚ ୨୮ରେ ରାଏବରେଲୀରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଇଁ ପ୍ରଚାର କରିବାକୁ ପ୍ରିୟଙ୍କା ଯାଇଥିବାବେଳେ କର୍ମକର୍ତ୍ତାମାନେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ। ଏହି ସମୟରେ ପ୍ରିୟଙ୍କା ସେମାନଙ୍କୁ ବାରାଣସୀରୁ ନିର୍ବାଚନ ଲଢ଼ିବି କି ବୋଲି କହିଥିଲେ। ପ୍ରିୟଙ୍କ ଏବଂ କର୍ମକର୍ତ୍ତାଙ୍କ ମଧ୍ୟରେ ହୋଇଥିବା ଏହି କଥାବର୍ତ୍ତା ଅନୌପଚାରିକ ଥିଲା। କିନ୍ତୁ ପ୍ରିୟଙ୍କାଙ୍କ ଏଭଳି ମନ୍ତବ୍ୟ ପରେ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ଜୋର ଧରିଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଲଢ଼ି ପାରନ୍ତି ବୋଲି ଆଲୋଚନା ଲାଗିରହିଥିଲା। ତେବେ ଏହା ଅଧିକ ନିଶ୍ଚିତ ହୋଇଥିଲା ଯେତେବେଳେ କଂଗ୍ରେସ ମୁଖପାତ୍ର ଦୀପକ ସିଂହ ବାରାଣସୀରୁ ପ୍ରିୟଙ୍କା ନିର୍ବାଚନ ଲଢ଼ିବା ପାଖାପାଖି ସ୍ଥିର ହୋଇଛି ବୋଲି କହିଥିଲେ। ସେ କହିଥିଲେ ଯେ, ପ୍ରିୟଙ୍କା ବାରାଣସୀରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା କରିଛନ୍ତି। ଦିନେ କିମ୍ବା ଦୁଇଦିନ ମଧ୍ୟରେ ବାରାଣସୀରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ପ୍ରିୟଙ୍କା ବି ଏଥିପାଇଁ ପ୍ରସ୍ତୁତ ଥିବା କହିଥିଲେ ଏବଂ ଦଳର ନିଷ୍ପତ୍ତି ଉପରେ ସେ ସବୁକଥା ଛାଡ଼ି ଦେଇଥିଲେ। ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ବି ଏ ନେଇ ମୁହଁ ଖୋଲି ପ୍ରିୟଙ୍କା ବାରାଣସୀରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିବା କହିଥିଲେ।

- Advertisement -

ତେବେ ଗତ ଏପ୍ରିଲ ୨୫ରେ ଏସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା। କଂଗ୍ରେସ ଏହି ଆସନ ପାଇଁ ଅଜୟ ରାୟଙ୍କ ନାମ ଘୋଷଣା କରିଥିଲା। ସୂଚନାଯୋଗ୍ୟ, ବାରାଣସୀ ଦେଶର ସବୁଠାରୁ ଭିଭିଆଇପି ଆସନ ମଧ୍ୟରୁ ଅନ୍ୟତମ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆସନରୁ ଲଢ଼ି ସଂସଦରେ ପହଞ୍ଚିଥିଲେ। ଏହି ନିର୍ବାଚନରେ କଂଗ୍ରେସ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ନିଜ ଅମାତନ ରକ୍ଷା କରିପାରି ନ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories