ଡ଼େମିଙ୍କ ପାଇଁ ପ୍ରାର୍ଥନା କଲେ ପ୍ରିୟଙ୍କା-ନିକ୍‍

0

ନୂଆଦିଲ୍ଳୀ : ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁଁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ହଲିଉଡ଼୍‍ ଗାୟିକା ଡ଼େମି ଲୋଭାଟୋଙ୍କ ଶୀଘ୍ର ସୁସ୍ଥ ହେବା ନେଇ ପ୍ରୟଙ୍କା ଚୋପ୍ରା ଓ ପ୍ରେମିକ ନିକ୍‍ ଜୋନ୍ସ ପ୍ରାର୍ଥନା କରିଛନ୍ତି। ପ୍ରିୟଙ୍କା ଆଜି ଟ୍ୱିଟ୍‍ କରିଛନ୍ତି ଯେ, “ଡ଼େମିଙ୍କ ପାଇଁ ବହୁତ ସାରା ଭଲପାଇବା ଓ ତାଙ୍କ ମଙ୍ଗଳ କାମନା କରୁଛି। ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ସେ ଯେପରି ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।”
ପ୍ରିୟଙ୍କାଙ୍କ ପ୍ରେମିକ ତଥା ଗାୟକ ନିକ୍‍ ଜୋନ୍‍ସ ଲୋଭାଟୋଙ୍କୁ ‘ଫାଇଟର୍‍’ କହି ସମ୍ବୋଧନ କରିଛନ୍ତି। ନିକ୍‍ ଟ୍ୱିଟ୍‍ କରିଛନ୍ତି, “ଆପଣ ସମସ୍ତଙ୍କ ଭଳି ମୁଁ ମଧ୍ୟ ଡ଼େମିଙ୍କ ବିଷୟରେ ଶୁଣିବାକୁ ପାଇଲି। ଆମେ ସମସ୍ତେ ତାଙ୍କୁ ବହୁତ ଭଲପାଉ ଓ ପ୍ରାର୍ଥନା କରୁଛୁ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ସେ ଜଣେ ଫାଇଟର୍‍। ଡ଼େମିଙ୍କ ପାଇଁ ପ୍ରାର୍ଥନା କରନ୍ତୁ।”
ମିଳିଥିବା ତଥ୍ୟ ଅନୁସାରେ, ନିକ୍‍ ଜୋନ୍‍ସଙ୍କ ଭାଇ ଜୋ ଜୋନ୍‍୍‍ସଙ୍କର ଡ଼େମିଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ହଲିଉଡ଼୍‍ର ଅନେକ ମହାନ ହସ୍ତି ସାମାଜିକ ଗଣମାଧ୍ୟମ ଜରିଆରେ ଡ଼େମିଙ୍କୁ ବହୁତ ସାରା ଭଲପାଇବା ଦେବା ସହ ସେ ଶୀଘ୍ର ସୁସ୍ଥ ହେବାର କାମନା କରିଛନ୍ତି।
ଡ଼େମିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବାପେକ୍ଷା ଉନ୍ନତି ଆସିଥିବାର ସୂଚନା ମିଳିଛି। ଗାୟିକାଙ୍କ ପରିବାର ବର୍ଗ ତାଙ୍କ ପାଇଁ ମଙ୍ଗଳ କାମନା କରୁଥିବା ସମସ୍ତ ବ୍ୟକ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply