www.samajalive.in
Saturday, December 13, 2025
27.1 C
Bhubaneswar

ଏଆଇସିସି ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ : ଗାନ୍ଧୀ ପରିବାରର ଅନ୍ୟତମ ଦାୟଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆମେରିକାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଏଆଇସିସି ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭାଇ ତଥା ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରକୋଷ୍ଠ ନିକଟରେ ତାଙ୍କୁ କାର୍ଯ୍ୟାଳୟ ପାଇଁ ସ୍ଥାନ ଦିଆଯାଇଛି। ଏହି କୋଠରୀରେ ପୂର୍ବରୁ ରାହୁଲଙ୍କ କାର୍ଯ୍ୟାଳୟ ରହିଥିଲା। ପ୍ରକୋଷ୍ଠ ବାହାରେ ଏବେ ହିନ୍ଦି ଓ ଇଂରାଜୀରେ ପ୍ରିୟଙ୍କାଙ୍କ ପୂରା ନାମ ସମ୍ବଳିତ ନାମ ଫଳକ ଲଗାଯାଇଛି। ତେବେ କୁମ୍ଭ ମେଳାରେ ପବିତ୍ର ପ୍ରୟାଗ ସଙ୍ଗମଠାରେ ବୁଡ଼ ପକାଇବା ପରେ ପ୍ରିୟଙ୍କା ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି କୁହାଯାଉଛି। ଏଥିନେଇ ପ୍ରିୟଙ୍କାଙ୍କ ଗସ୍ତ ପୂର୍ବରୁ ଲକ୍ଷ୍ନୌସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ‘ନେହରୁ ଭବନ’କୁ ସୁସଜ୍ଜିତ କରାଯାଉଛି। ପ୍ରିୟଙ୍କା ଦଳର ସାଧାରଣ ସମ୍ପାଦକ ଭାବେ ପୂର୍ବ ଉତ୍ତରପ୍ରଦେଶରେ ନିର୍ବାଚନୀ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ। ଏଠାରେ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଜେ ମା’ ଇନ୍ଦିରା ଗାନ୍ଧୀ ଓ ପିତା ରାଜୀବ ଗାନ୍ଧୀଙ୍କ ଯେଉଁ ପ୍ରକୋଷ୍ଠରେ ଅବସ୍ଥାନ କରୁଥିଲେ ସେହି ପ୍ରକୋଷ୍ଠ ଏବେ ପ୍ରିୟଙ୍କାଙ୍କୁ ପ୍ରଦାନ କରାଯାଇଛି। ପ୍ରିୟଙ୍କା ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଓ ଏଆଇସିସିର ଅନ୍ୟତମ ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ଏକ ବୈଠକ କରିବେ। ଏଥିରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଖସଡ଼ା ପ୍ରସ୍ତୁତ ହେବ ବୋଲି ଜଣାପଡିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories