www.samajalive.in
Sunday, December 14, 2025
26.1 C
Bhubaneswar

ମମତାଙ୍କ ସହ କଥା ହୋଇନି : ନବୀନ

ଭୁବନେଶ୍ବର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀ ମଙ୍ଗଳବାର ସିବିଆଇ ବିରୋଧୀ ଧାରଣାରୁ ହଟିଛନ୍ତି । ଧାରଣାରୁ ଉଠିବା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବିରୋଧୀ ଦଳ ନେତାଙ୍କ ସହ କଥା ହେବି ବୋଲି ମମତା କହିଥିଲେ ବି ସେ ନବୀନଙ୍କ ସହ କଥା ହୋଇନାହାନ୍ତି।  ଏନେଇ ପ୍ରତିକ୍ରିୟା ମଗାଯିବାରୁ ନବୀନ କହିଥିଲେ ଯେ ବିଜେଡି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିଗତ ଏକ ବର୍ଷ ହେବ କୌଣସି ଯୋଗାଯୋଗ ହୋଇ ନାହିଁ । ଦଳ ପକ୍ଷରୁ ସୋମବାର ଦିଆଯାଇଥିବା ମନ୍ତବ୍ୟ କେବଳ ଓଡ଼ିଶାର ଘଟଣାବଳୀ ସମ୍ବନ୍ଧୀୟ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଧାରଣା ମଞ୍ଚରୁ ମମତା କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିରୋଧୀ ଲଢେଇରେ ତାଙ୍କୁ ବିରୋଧୀ ଦଳର ନେତାମାନେ ସମର୍ଥନ ଦେଇଛନ୍ତି। ନବୀନ ପଟ୍ଟନାୟକ ଓ ବିରୋଧୀ ଦଳର ଅନ୍ୟ ନେତାମାନଙ୍କ ସହିତ ଆଲୋଚନା କରିବା ପରେ ସେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ଏହାକୁ ନେଇ ପ୍ରତିକ୍ରିୟା ଲୋଡା ଯିବାରୁ ନବୀନ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏଥିସହ ସିବିଆଇ ନିରପେକ୍ଷ ଭାବେ ଏହାର କାର୍ଯ୍ୟ କରୁ ବୋଲି ବିଜେଡି ଚାହୁଁଥିବା ସେ ଦର୍ଶାଇଛନ୍ତି।

ଉଲ୍ଲେଖ ଯେ, କଲିକତାରେ ସିବିଆଇ-ସରକାର ମୁହାଁମୁହିଁ ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ କେତେକ ମନ୍ତବ୍ୟ ଦିଆଯାଇଥିଲା। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ସିବିଆଇର ଅକସ୍ମାତ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଥିଲା। ଏବେ ସାଧାରଣ ନିର୍ବାଚନ ପୂର୍ବରୁ ସଂସ୍ଥାର ହଠାତ କାର୍ଯ୍ୟାନୁଷ୍ଠାନ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଜଣାପଡୁଛି ବୋଲି ଦଳ ଦର୍ଶାଇଥିଲା। କିନ୍ତୁ ପରେ ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ସିବିଆଇ ସମ୍ବନ୍ଧରେ ଦଳ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ କେବଳ ରାଜ୍ୟ ସମ୍ବନ୍ଧୀୟ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories