www.samajalive.in
Monday, December 8, 2025
27.1 C
Bhubaneswar

୮୫ କେଜି ଚୋରା ଗଞ୍ଜେଇ ସହ କାର ଜବତ, ଚାଳକ ଗିରଫ

ମୋହନା : ଗଜପତି ଜିଲା ଅଡବା ଥାନା ପୁଲିସ ୮୫ କେଜି ଚୋରା ଗଞ୍ଜେଇ ଜବତ କରିବା ସହ କାର ଓ କାର ଚାଳକକୁ ଗିରଫ କରିଥିବା ଥାନା ଆଇଆଇସି ମୁକେଶ ଲାକ୍ରା କହିଛନ୍ତି। ଅଡବା ଥାନା ଏସଆଇ ମମତା ପଣ୍ଡା ଓ ପୁଲିସ କର୍ମଚାରୀ ମିଳିତଭାବେ ରାତ୍ରକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ବିରିକୋଟ ନିକଟ ଭୁରୁଡୁ ଡ୍ୟାମ ସାଇଟରେ ରାୟଗଡା ଜିଲା ଗୁଣପୁରରୁ ବ୍ରହ୍ମପୁରକୁ ୮୫.୫୧୫ କେଜି ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ଧରାପଡିଛି। ଏକ ଧଳା ରଙ୍ଗଳ ଇଣ୍ଡିଗୋ କାର ନଂ ଓଡି ୦୨ ୭୬୦୨ ଯୋଗେ ୪ଟି ପଲିଥିନ ବ୍ୟାଗରେ ଉକ୍ତ ଗଞ୍ଜେଇ ରଖାଯାଇଥିଲା। ଅଡବା ପୁଲିସ ସନ୍ଦେହ କରି କାରକୁ ଅଟକାଇ ଜାଂଚ କରିବା ବେଳେ କାର ମଧ୍ୟରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିଲା। କାର ଚାଳକ ଗୁଣୁପୁର ଗ୍ରାମର ଜିବରତ୍ନ ଟାକରୀକୁ ଗିରଫ କରିବା ସହ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଥିବା ଏସଆଇ ୟୁ କେ ପ୍ରଧାନ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories