କଲକାତା : ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ଡ୍ରାମା ଦିନକୁ ଦିନ ବଢିବାରେ ଲାଗିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଗକୁ ନେଇ ତାତ୍ସଲ୍ୟ କରିଥିବା ଦେଖିବାକୁ ମିଳିଛି। ମମତାଙ୍କ କହିବା ଅନୁସାରେ ‘ସ୍ୱାଇନ୍ ଫ୍ଲୁ ଥିଲେ ବି ମୁଁ ଆପଣଙ୍କୁ ପଶ୍ଚିମବଙ୍ଗ ଆସିବାକୁ ଅନୁମତି ଦେଇଥିଲି। କାରଣ ସ୍ୱାଇନ୍ ଫ୍ଲୁ ଏକ ସଂକ୍ରମଣ ରୋଗ’।
ସୂଚନାଯୋଗ୍ୟ ଯେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସ୍ୱଇନ୍ ଫ୍ଲୁ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି ହୋଇଥିଲେ। ଏମସରୁ ଆସିବା ପରେ ଅମିତ ଶାହା ପଶ୍ଚିମବଙ୍ଗ ମାଲଦାରେ କାର୍ଯ୍ୟକ୍ରମ ରହିଥିଲା। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଥମେ ଅମିତ ଶାହାଙ୍କ ହେଲିକପ୍ଟରକୁ ଅନୁମତି ଦିଆଯାଇନଥିଲା। ପରେ ଏହାର ଅନୁମତି ମିଳିଥିଲା ଏବଂ ଅମିତ ଶାହା ଅଭିଭାଷଣ ଦେଇଥିଲି।
ସୂଚନାଯୋଗ୍ୟ ଯେ କେବଳ ମମତା ବାନାର୍ଜୀ ନୁହନ୍ତି ବିରୋଧୀ ଦଳ ବହୁ ନେତା ଅମିତ ଶାହାଙ୍କ ସ୍ୱାଇନ୍ ଫ୍ଲୁଙ୍କ ରୋଗକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। କଂଗ୍ରେସ ମହାସଚିବ ତଥା ରାଜ୍ୟସଭା ସାସଂଦ ବି କେ ହରିପ୍ରସାଦ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
ଅମିତ ଶାହାଙ୍କ ସ୍ୱାଇନ୍ ଫ୍ଲୁକୁ ତାତ୍ସଲ୍ୟ କଲେ ମମତା
Popular Categories



