www.samajalive.in
Sunday, December 14, 2025
17.1 C
Bhubaneswar

ରାହୁଲଙ୍କଠାରୁ ପ୍ରିୟଙ୍କା ଅଧିକ ଆକ୍ରମଣାତ୍ମକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପରାଜିତ ହେବା ପରେ କଂଗ୍ରେସର ସମସ୍ୟା ଥମିବାର ନାଁ ନେଉନାହିଁ। ନିର୍ବାଚନର ଠିକ୍‌ ପରେ ପରେ ଦଳର ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଛନ୍ତି। ଏହା ପରେ ଜୁଲାଇରେ କଂଗ୍ରେସକୁ ୨ଟି ବଡ଼ ଝଟ୍‌କା ଲାଗିଛି। କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ​‌ମେଣ୍ଟରୁ ୧୫ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବା ପରେ ସେଠାରେ ସରକାର ଭାଙ୍ଗିଯାଇଛି। ସେହିପରି ଗୋଆରେ ବି କଂଗ୍ରେସର ୧୫ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ବିଜେପିରେ ସାମିଲ ହୋଇଛନ୍ତି। ଦଳ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବାବେଳେ ରାହୁଲଙ୍କୁ ଦେଖା ମିଳୁନାହିଁ। କିନ୍ତୁ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଯଦି କୌଣସି କଂଗ୍ରେସ ନେତା ସାହସ ଦେଖାଇଛନ୍ତି, ତେବେ ସେ ହେଉଛନ୍ତି ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଲୋକସଭା ନିର୍ବାଚନରେ ପରାଜୟ ପରେ ପ୍ରିୟଙ୍କା ରାଜନୀତିରେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ବର୍ତ୍ତମାନ ସେ ନିଜ କଥାକୁ ଅଧିକ ତୀକ୍ଷ୍ଣ ଏବଂ ଶାଣିତ ଢଙ୍ଗରେ ଉପସ୍ଥାପନ କରୁଛନ୍ତି। ନିର୍ବାଚନୀ ସଭା ହେଉ କି ସୋସିଆଲ ମିଡିଆ, ସେ ବିରୋଧୀଙ୍କୁ କଡ଼ା ଶବ୍ଦରେ ଟାର୍ଗେଟ କରୁଛନ୍ତି। ସୋସିଆଲ ମିଡିଆ ଉପରେ ନଜର ଦେଲେ, ପ୍ରିୟଙ୍କା ନିଜ ଭାଇ ରାହୁଲଙ୍କଠାରୁ ବି ଆଗରେ ରହିଛନ୍ତି।

ଇଣ୍ଡିଆ ଟୁଡେର ଡାଟା ଇଣ୍ଟେଲିଜେନ୍ସ ୟୁନିଟ ଗତ ମାର୍ଚ୍ଚ ୧ରୁ ୨୦ ଜୁଲାଇ ପର୍ଯ୍ୟନ୍ତ ରାହୁଲ ଏବଂ ପ୍ରିୟଙ୍କାଙ୍କ ଟ୍ବିଟର ତଥ୍ୟ ବିଶ୍ଳେଷଣ କରିଛି। ସେଥିରୁ ଜଣାପଡ଼ିଛି ଯେ, ପ୍ରିୟଙ୍କା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଧିକ ସକ୍ରିୟ ହୋଇଛନ୍ତି। କିନ୍ତୁ ରାହୁଲ ପୂର୍ବ ତୁଳନାରେ କମ୍‌ ସକ୍ରିୟ ରହିଛନ୍ତି।

- Advertisement -

ତଥ୍ୟ ଅନୁସାରେ, ପ୍ରିୟଙ୍କା ଗାନ୍ଧୀ ନିର୍ବାଚନର ଠିକ ପୂର୍ବରୁ ଫେବୃୟାରୀରେ ଟ୍ବିଟର ଆକାଉଣ୍ଟ ଖୋଲିଥିଲେ। ସେ ମାର୍ଚ୍ଚରେ ପ୍ରଥମ ଟ୍ବିଟ୍‌ କରିଥିଲେ। ମାର୍ଚ୍ଚରେ ସେ ମୋଟ ୧୮ଟି ଟ୍ବିଟ୍‌ ପୋଷ୍ଟ କରିଥିଲେ। ଏପ୍ରିଲରେ ୧୬ଥର ଏବଂ ମେ ମାସରେ ୮ ଥର ଟ୍ବିଟ୍‌ କରିଛନ୍ତି। ଲୋକସଭା ନିର୍ବାଚନ ଶେଷ ହେବା ପରେ ସେ ପୁଣି ଥରେ ସକ୍ରିୟ ହୋଇଥିଲେ ଏବଂ ଜୁନରେ ୧୮ ଥର ଟ୍ବିଟ୍‌ କରିଥିଲେ। ୨୦ ଜୁଲାଇ ମଧ୍ୟରେ ସେ ୩୮ଟି ଟ୍ବିଟ୍‌ କରିଛନ୍ତି। ଅନ୍ୟପଟେ ରାହୁଲ ମାର୍ଚ୍ଚରେ ୪୭ ଟ୍ବିଟ୍‌ କରିଥିବାବେଳେ ଏପ୍ରିଲରେ ୫୪ ଟ୍ବିଟ୍‌ କରିଥିଲେ। କିନ୍ତୁ ଏହାପରଠାରୁ ତାଙ୍କର ଟ୍ବିଟ୍‌ ସଂଖ୍ୟା କମି କମି ଯାଇଛି। ମେ ମାସରେ ସେ ୪୫ ଥର ଟ୍ବିଟ୍‌ କରିଥିଲାବେଳେ ଜୁନରେ ୨୪ ଏବଂ ୨୦ ଜୁଲାଇ ମଧ୍ୟରେ ୧୨ ଥର ଟ୍ବିଟ୍‌ କରିଛନ୍ତି।

ତେବେ ନିଜ ଟ୍ବିଟ୍‌ ମାଧ୍ୟମରେ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିଜ ସ୍ବରକୁ ଅଧିକ ଶାଣିତ ଏବଂ ଆକମଣାତ୍ମକ ଢଙ୍ଗରେ ଉପସ୍ଥାପନ କରିଛନ୍ତି, ଯାହା ରାହୁଲଙ୍କ ତୁଳନାରେ ବେଶ୍‌ ଅଧିକ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories