www.samajalive.in
Saturday, December 13, 2025
14.1 C
Bhubaneswar

ଚଳିତ ବର୍ଷ ସ୍ୱଭାବିକଠାରୁ କମ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍‍ ୨୦୧୯ରେ ଦେଶରେ ମୌସୁମୀ ଜନିତ ବର୍ଷା ସ୍ୱଭାବିକଠାରୁ କମ ରହିବ ବୋଲି ଅନୁମାନ କରିଛି। ସ୍କାଏମେଟ ଅନୁସାରେ ଚଳିତ ବର୍ଷ ଦୀର୍ଘକାଳୀନ ହାର (ଏଲପିଏ) ତୁଳନାରେ ୯୩% ବର୍ଷା ହେବ। ଏଥିରେ ୫% କମ କିମ୍ବା ଅଧିକ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି। ସ୍କାଏମେଟ ପକ୍ଷରୁ ବୁଧବାର ଜାରି ତଥ୍ୟ ଅନୁଯାୟୀ ଜୁନ-ସେପ୍ଟେମ୍ବର ମଧ୍ୟରେ ମୌସୁମୀ ଯୋଗୁଁ ଦୀର୍ଘକାଳୀନ ହାର ୮୮୭ ମିଲିମିଟର ତୁଳନାରେ କମ ବର୍ଷା ହେବ। ମୌସୁମୀ ସ୍ୱଭାବିକଠାରୁ କମ ରହିବାର ୫୫% ସମ୍ଭାବନା ଅଛି । ସ୍କାଏମେଟ ଅନୁସାରେ ପୂର୍ବ ଭାରତ ଏବଂ ମଧ୍ୟ ଭାରତର ବହୁ ଅଂଶରେ ମୌସୁମୀ ଖରାପ ରହିବାର ଆଶଙ୍କା ରହିଛି। ଏହି ଅଞ୍ଚଳଗୁଡ଼ିକରେ ପ୍ରାରମ୍ଭିକ ମାସରେ ମୌସୁମୀ ଦୁର୍ବଳ ରହିବ।
ଏହା ର୍ପୂବରୁ ସ୍କାଏମେଟ ଫେବୃଆରୀ ୨୫ରେ ସ୍ୱାଭାବିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା। ଏବେ ସ୍କାଏମେଟ ପକ୍ଷରୁ କୁହାଯାଇଛି ଯେ ଜାନୁଆରୀ ସ୍ଥିତିକୁ ଦେଖି ମୌସୁମୀ ସ୍ୱାଭାବିକ ରହିବ ବୋଲି ଅନୁମାନ କରାଯାଇଥିଲା। ତେବେ ବର୍ତ୍ତମାନର ପରିସ୍ଥିତିରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି। ତେଣୁ ମୌସୁମୀ ସ୍ୱାଭାବିକଠାରୁ କମ ରହିବ ବୋଲି ଅନୁମାନ କରାଯାଇଛି।

Hot this week

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

Related Articles

Popular Categories