www.samajalive.in
Saturday, December 13, 2025
14.1 C
Bhubaneswar

ଭାରତକୁ ୨୪ଟି ବହୁମୁଖୀ ଏମ୍‍ଏଚ୍‍-୬୦ ରୋମିଓ ସିହକ୍‍ ହେଲିକପ୍ଟର ବିକ୍ରି କରିବ ଆମେରିକା

ୱାଶିଂଟନ : ଭାରତକୁ ୨୪ଟି ବହୁମୁଖୀ ଏମ୍‍ଏଚ୍‍-୬୦ ରୋମିଓ ସିହକ୍‍ ହେଲିକପ୍ଟର ବିକ୍ରିକୁ ଆମେରିକା ଅନୁମୋଦନ କରିଛି ।  ୨୪୦କୋଟି ଡଲାର ମୂଲ୍ୟର ୨୪ଟି ବହୁମୁଖୀ ଏମ୍‍.ଏଚ୍‍.-୬୦ ରୋମିଓ ସିହକ୍‍ ହେଲିକପ୍ଟର ଭାରତକୁ ବିକ୍ରି ପାଇଁ ଟ୍ରମ୍ପ୍‍ ପ୍ରଶାସନ ମଞ୍ଜୁରି ପ୍ରଦାନ କରିଛନ୍ତି ବୋଲି ଆମେରିକା ବୈଦେଶିକ ବିଭାଗ କହିଛି।

ଏହା ବିଶ୍ୱର ସର୍ବାଧୁନିକ ସାମୁଦ୍ରିକ ହେଲିକପ୍ଟର ଭାବେ ବିବେଚିତ ହେଉଛି । ଏହି ହେଲିକପ୍ଟର ଭାରତୀୟ ପ୍ରତିରକ୍ଷା ବାହିନୀ ଯବାନମାନଙ୍କୁ ଉଭୟ ସ୍ଥଳ ଭାଗରେ ଓ ଜଳ ଭାଗରେ ସାହାଯ୍ୟ କରିବ। ଏହି ହେଲିକପ୍ଟର ବିକ୍ରି ମଞ୍ଜୁରି ବିଷୟକୁ ଗତକାଲି ଆମେରିକା ସରକାର କଂଗ୍ରେସକୁ ଅବଗତ କରାଇଥିଲେ।  ଏହି ହେଲିକପ୍ଟର ବିକ୍ରି ଭାରତ ଆମେରିକା ଭାଗିଦାରୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆମେରିକା ବୈଦେଶିକ ବିଭାଗ କଂଗ୍ରେସକୁ ଏକ ବିଜ୍ଞପ୍ତିରେ କହିଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories