www.samajalive.in
Thursday, December 11, 2025
27.1 C
Bhubaneswar

ପାକିସ୍ତାନର ଚିନ୍ତା ବଢାଇଲା ଭାରତର ସାଟେଲାଇଟ୍‌ ବିଧ୍ୱସଂକାରୀ କ୍ଷେପଣାସ୍ତ୍ର

ଇସଲାମାବାଦ .- ଭାରତ କ୍ଷେପଣାସ୍ତ୍ର ମାଡ କରି ଏକ ସାଟେଲାଇଟ୍‌ ଧ୍ୱଂସ କରିବା ପରେ ଏହା ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର ଚିନ୍ତା ବଢାଇ ଦେଇଛି । ଆଗରୁ ଏପରି ପରୀକ୍ଷଣ ବନ୍ଦ କରିବା ଆବଶ୍ୟକ ବୋଲି ପାକିସ୍ତାନ କହୁଥିଲା । ଭାରତକୁ ଏପରି ପରୀକ୍ଷଣ ନକରିବା ପାଇଁ ଚାପ ସୃଷ୍ଟି କରିବାକୁ ପାକିସ୍ତାନ ଦାବି କରିଥିଲା । ଏବେ ପୁଣି ଏହ ପ୍ରସଙ୍ଗରେ ପାକିସ୍ତାନ ଖୋଲା ଖୋଲି ବିରୋଧ କରିବା ଆରମ୍ଭ କରିଛି ।

ପାକିସ୍ତାନ ପ୍ରତି କିଛି ବି ବିପଦ ନ ଥିବା ବେଳେ ସେ ମହାକାଶରେ ଭାରତର ଏସାଟ୍‌ ପରୀକ୍ଷଣରୁ ସୃଷ୍ଟି ହେଉଥିବା  ଅନ୍ତରୀକ୍ଷ ଆବର୍ଜନାକୁ ନେଇ ଚିନ୍ତା ପ୍ରକଟ କରିଛି । ମହାକାଶକୁ ଶାନ୍ତି ପାଇଁ ବ୍ୟବହାର କରିବା ଆବଶ୍ୟକ ଯୁଦ୍ଧ ପାଇଁ ନୁହଁ ବୋଲି ଆତଙ୍କବାଦକୁ ପ୍ରଶୟ ଦେଉଥିବା ପାକିସ୍ତାନ କହିଛି । ନାସା ଭାରତର ଏହି ପରୀକ୍ଷଣରୁ ସୃଷ୍ଟି ହୋଇଥିବା ଅନ୍ତରୀକ୍ଷ ଆବର୍ଜନାକୁ ନେଇ ଚିନ୍ତା ପ୍ରକଟ କରିବାର ଗୋଟିଏ ଦିନ ପରେ ପାକିସ୍ତାନର ଏହାକୁ ନେଇ ନିଜର ଚିନ୍ତା ବ୍ୟକ୍ତ କରିଛି ।

- Advertisement -

ମାର୍ଚ୍ଚ ୨୭ ତାରିଖରେ ଭାରତ ଏସାଟ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା । ଏହା ସଫଳ ହୋଇଥିଲା । ଏହାପରେ ଚୀନ୍‌ ଓ ପାକିସ୍ତାନ ଚିନ୍ତା ପ୍ରକଟ କରିଥିଲେ ।  ପୂର୍ବରୁ ଆମେରିକା ,ଋଷ୍‌ ଓ ଚୀନ୍‌ ଏହି ପରୀକ୍ଷଣ କରିଥିଲେ ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories