www.samajalive.in
Monday, December 15, 2025
27.1 C
Bhubaneswar

ଶିବସେନା ଚାପରେ ମୁମ୍ବଇର ଉତ୍ତର ଲୋକସଭା ପ୍ରାର୍ଥୀ ବଦଳାଇଲା ବିଜେପି

ମୁମ୍ବଇ.—ଶିବସେନାର ଚାପଯୋଗୁଁ ବିଜେପି ମୁମ୍ବଇ ଉତ୍ତରର ପ୍ରାର୍ଥୀ ବଦଳାଇଥିବା ସୂଚନା ମିଳିଛି । ଏବେ ସାଂସଦ ଥିବା କୀର୍ତ୍ତୀ ସୌମ୍ୟାଙ୍କୁ ବିଜେପି ମୁମ୍ବଇ ଉତ୍ତରର ଲୋକସଭା ପାଇଁ ପ୍ରାର୍ଥୀ  ହେବାର ଥିଲେ ।  ହେଲେ କୀର୍ତ୍ତୀ ସୌମ୍ୟା ଶିବସେନାକୁ ବାରମ୍ବାର ଲକ୍ଷ୍ୟ କରି ବକ୍ତବ୍ୟ ଦେଉଥିବାରୁ ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେ ତାଙ୍କୁ ପ୍ରାର୍ଥୀ ନ କରିବା ପାଇଁ ବିଜେପି ଉପରେ ଚାପ ପ୍ରୟୋଗ  କରିଥିବା ଅଭିଯୋଗ ହୋଇଛି ।

ଏହାପରେ ବିଜେପି ସେହି ଆସନରୁ ମନୋଜ କୋଟାକଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।  କୀର୍ତ୍ତୀ ବିଜେପିରୁ ଟିକେଟ ପାଇବେ ବୋଲି ଆଶାୟୀ ଥିଲେ । ତିନି ସପ୍ତାହ ତଳୁ ସେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ମାତ୍ର ୨୦୧୭ରେ ମୁମ୍ବାଇ ନଗରପାଳିକା ପାଇଁ ହୋଇଥିବା ନିର୍ବାଚନରେ ସେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଭିନ୍ନ  କଥା କହିଥିବାରୁ ତାଙ୍କୁ ଟିକେଟ ନଦେବା ପାଇଁ ଶିବସେନା  ଚାପ ପକାଇଥିଲା ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories