www.samajalive.in
Monday, December 15, 2025
15.1 C
Bhubaneswar

‘୨୦୧୯ରେ ମୋଦି ପ୍ରଧାନମନ୍ତ୍ରୀ ରହିବେ ନାହିଁ’

ନୂଆଦିଲ୍ଲୀ: ଚଳିତବର୍ଷ ଅଗଷ୍ଟ ୧୫ରେ ଲାଲ୍‌ କିଲାରେ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଶେଷ ବକ୍ତବ୍ୟ ହେବ। କାରଣ ୨୦୧୯ ଲୋକସଭା ନିର୍ବାଚନ ପରେ ମୋଦି ପ୍ରଧାନମନ୍ତ୍ରୀ ପଦରେ ରହିବେ ନାହିଁ ବୋଲି ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ ବି୍ରଏନ୍‌ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହା ପୂର୍ବ ବିଦିତ ହୋଇ ରହିଛି ବୋଲି ସେ ଦର୍ଶାଇଛନ୍ତି। ଏଥିସହ ୨୦୧୯ ସ୍ୱାଧୀନତା ଦିବସରେ ଲାଲ୍‌କିଲାରେ ମୋଦି ବକ୍ତବ୍ୟ ରଖିବା ନେଇ ସେ ତୃଣମୂଳ କଂଗ୍ରେସ ଏବଂ ସମସ୍ତ ବିରୋଧୀ ଦଳଗୁଡିକ ପକ୍ଷରୁ ଚ୍ୟାଲେଞ୍ଜ ଦେଇଛନ୍ତି। ଦେଶରେ ବିଜେପି ଏବଂ କଂଗ୍ରେସର ବିକଳ୍ପ ଭାବେ ତୃତୀୟ ସାମୁଖ୍ୟ ଗଠନ କରିବା ଲାଗି ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆର୍‌ଏସ୍‌) ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଆହ୍ୱାନକୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସମର୍ଥନ କରିବା ପରେ ବ୍ରିଏନ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ତୃତୀୟ ସାମୁଖ୍ୟ ଗଠନ କରିବାକୁ ରାଓ ଶନିବାର ଆହ୍ୱାନ ଦେଇଥିଲେ। କଂଗ୍ରେସ ପରେ ବିଜେପି କ୍ଷମତାକୁ ଆସିବା ଦ୍ୱାରା ମଧ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନାହିଁ। ଏଣୁ ଦେଶରେ ଉତ୍ତମ ରାଜନୈତିକ ପରିବର୍ତ୍ତନର ଆବଶ୍ୟକତା ଥିବା ସେ କହିଥିଲେ। ଏଥିପାଇଁ ତୃତୀୟ ସାମ୍ମୁଖ୍ୟ ଗଠନକୁ ଗୁରୁତ୍ୱ ଦେବାକୁ ସେ କହିଥିଲେ। ତେବେ ସମଚିନ୍ତାଧାରାସମ୍ପନ୍ନ ଦଳଗୁଡିକୁ ଏକଜୁଟ କରିବାରେ ତୃଣମୂଳ କଂଗ୍ରେସ ସହଯୋଗ କରିବ ବୋଲି ଟିଆର୍‌ଏସ୍‌କୁ ମମତା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories