www.samajalive.in
Sunday, December 14, 2025
23.1 C
Bhubaneswar

ଏସ୍‌ଏସ୍‌ସି ପ୍ରଶ୍ନପତ୍ର ପ୍ରଘଟର ସିବିଆଇ ତଦନ୍ତ ନିର୍ଦେଶ

୧୨ରେ ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ : ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି)ଙ୍କ ପକ୍ଷରୁ ଆୟୋଜିତ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ୍‌) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗର ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ସରକାର ସୋମବାର ନିର୍ଦେଶ ଦେଇଛନ୍ତି। ଘଟଣାର ସିବିଆଇ ତଦନ୍ତ ଦାବିରେ ପରୀକ୍ଷାର୍ଥୀ ତୀବ୍ର ଉଦ୍‌ବେଗ ପ୍ରକାଶ କରିବା ସହିତ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରିବା ପରେ କେନ୍ଦ୍ର ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କ ଦାବି ମୁତାବକ ଅଭିଯୋଗର ସିବିଆଇ ତଦନ୍ତ ନିର୍ଦେଶ ଦିଆଯାଇଥିବାରୁ ଛାତ୍ରଛାତ୍ରୀମାନେ ଏବେ ବିକ୍ଷୋଭ ପ୍ରତ୍ୟାହାର କରିନେବା ଉଚିତ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ମଧ୍ୟ ବିକ୍ଷୋଭ ପ୍ରତ୍ୟାହାର କରିବେ ନାହିଁ ବୋଲି ବିକ୍ଷୋଭକାରୀ ଛାତ୍ରଛାତ୍ରୀ କହିଛନ୍ତି। ତେବେ ଏସ୍‌ଏସ୍‌ସି ପକ୍ଷରୁ ସେମାବାର ହୋଇଥିବା ଏକ ଆବେଦନ ଉପରେ ମାର୍ଚ୍ଚ ୧୨ରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଥିଲେ।
ଫେବୃଆରୀ ୧୨ରେ ଏସ୍‌ଏସ୍‌ସି ଅଧୀନରେ ଅନୁଷ୍ଠିତ ଉକ୍ତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ହୋଇଥିଲା। ଏ ନେଇ ପରୀକ୍ଷାର୍ଥୀମାନେ ଫେବୃଆରୀ ୨୭ରେ ଏସ୍‌ଏସ୍‌ସି କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ଆଶାୟୀ ପ୍ରାର୍ଥୀ ତଥା ପରୀକ୍ଷାର୍ଥୀଙ୍କ ଏକ ଦଳ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କ ସହିତ ଏସ୍‌ଏସ୍‌ସି ଅଧ୍ୟକ୍ଷ ଅସୀମ ଖୁରାନାଙ୍କୁ ଭେଟିଥିଲେ। ଘଟଣାର ସିବିଆଇ ତଦନ୍ତ ଦାବିରେ ସେମାନେ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଣୁ ଏନେଇ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ଅନୁରୋଧ କରିବାକୁ କମିସନ ପକ୍ଷରୁ ସହମତି ପ୍ରକାଶ କରାଯାଇଥିଲା ବୋଲି ଖୁରାନା ବିବୃତି ଦେଇଛନ୍ତି। ଏହା ପୂର୍ବରୁ ତିୱାରୀ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଏହି ପ୍ରସଙ୍ଗରେ ଅବଗତ କରିଥିଲେ। ଅନ୍ୟପକ୍ଷରେ ତିୱାରୀଙ୍କ ରାଜନୈତିକ ସହଯୋଗୀ ତଥା ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ଓ ଦୁର୍ନୀତି ବିରୋଧୀ ସାମାଜିକ କର୍ମୀ ଅନ୍ନା ହାଜାରେ ମଧ୍ୟ ବିକ୍ଷୋଭକାରୀ ଛାତ୍ରଛାତ୍ରୀମାନଙ୍କୁ ଭେଟି ଅଭିଯୋଗର ସ୍ୱଚ୍ଛ ତଦନ୍ତ ନେଇ ଆଶ୍ୱାସନା ଦେଇଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories