www.samajalive.in
Monday, December 15, 2025
26.1 C
Bhubaneswar

ଶଶି କପୁର, ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି

ମୁମ୍ବଇ : ୯୦ତମ ଓସ୍କାର ପୁରସ୍କାର ବିତରଣ ଉତ୍ସବରେ ରବିବାର ଭାରତୀୟ ସିନେ ଜଗତର ବର୍ଷୀୟାନ୍‌ ଅଭିନେତା ଶଶି କପୁର ଓ ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ସମେତ ଦେଶବିଦେଶର ବହୁ ପ୍ରମୁଖ ଦିବଙ୍ଗତ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ୨୦୧୭ରେ ପରଲୋକ ଘଟିଥିବା କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନେଇ ଉତ୍ସବରେ ସ୍ୱତନ୍ତ୍ର ଭାବେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଶଶି ଏବଂ ଶ୍ରୀଦେବୀଙ୍କ ସମେତ ପୂର୍ବତନ ଜେମ୍‌ସ ବଣ୍ଡ ସାର୍‌ ରୋଜର ମୁରେ, ଫ୍ରାନ୍ସ ଅଭିନେତା ଜିନେ ମୋଟ୍ୟୁ, ଅଭିନେତା ମାର୍ଟିନ ଲାଣ୍ଡାଉ ଓ ହ୍ୟାରୀ ଡିନ୍‌ ଷ୍ଟାଣ୍ଟୋନ, ଅଭିନେତା ଓ କଥାକାର ସାମ୍‌ ଶେପର୍ଡ ଏବଂ ନିର୍ଦେଶକ ଜର୍ଜ ରୋମେରୋ ଓ ଜୋନାଥନ୍‌ ଡେମେଙ୍କ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ୨୦୧୭ ଡିସେମ୍ବର ୪ରେ ଶଶି (୭୯ ବର୍ଷ)ଙ୍କ ପରଲୋକ ଘଟିଥିବା ବେଳେ ୨୦୧୮ ଫେବୃଆରୀ ୨୪ରେ ଶ୍ରୀଦେବୀ (୫୪ ବର୍ଷ)ଙ୍କ ଅକାଳ ବିୟୋଗ ଘଟିଥିଲା। କପୁର ତାଙ୍କ ଜୀବନକାଳ ମଧ୍ୟରେ ବହୁ ଭାରତୀୟ ସିନେମାରେ ଅଭିନୟ କରିଥିବାବେଳେ ଏଗୁଡିକ ମଧ୍ୟରୁ ଅନେକ ମର୍ଚ୍ଚାଣ୍ଡ-ଆଇଭୋରୀ ଅଧୀନରେ ନିର୍ମିତ ଥିଲା। ବଳିଷ୍ଠ ଅଭିନୟ ପାଇଁ ଶଶିଙ୍କୁ ପଦ୍ମଭୂଷଣ ଓ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିଭଳି ଶ୍ରୀଦେବୀ ବିଭିନ୍ନ ଭାଷାରେ ୩୦୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories