www.samajalive.in
Sunday, December 7, 2025
26.1 C
Bhubaneswar

ରୋମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜି୨୦ ଶିଖର ସମ୍ମିଳନୀରେ ଯୋଗଦେବେ; ବିଶ୍ୱ ଅର୍ଥନୀତି ଓ କୋଭିଡ ମହାମାରୀରୁ ସୁସ୍ଥତା ସମ୍ପର୍କରେ ହେବ ଆଲୋଚନା
ରୋମ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲି ଗସ୍ତରେ ଆସି ଶୁକ୍ରବାର ଏଠାରେ ପହଞ୍ଚିଛନ୍ତି । ତାଙ୍କର ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଭାଟିକାନ ସିଟି ଗସ୍ତ କରି ପୋପ ଫ୍ରାନସିସ୍‌ ଏବଂ ବୈଦେଶିକ ମନ୍ତ୍ରୀ କାର୍ଡିନାଲ ପିତ୍ରୋ ପାରୋଲିନଙ୍କୁ ସାକ୍ଷାତ କରିବେ । ଏହାପରେ ସିଓପି-୨୬ ବିଶ୍ୱ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଯୋଗଦେବାକୁ ବ୍ରିଟେନ ଯିବେ । ଚଳିତ ଇଟାଲି ଗସ୍ତ କାଳରେ ଶ୍ରୀ ମୋଦି ଜି୨୦ ଶିଖର ସମ୍ମିଳନୀରେ ଯୋଗଦେଇ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡିକ ଉପରେ ଅନ୍ୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ ବୋଲି ଜଣାଯାଇଛି । ଏଥିସହିତ ରୋମରେ ରହଣି ଅବସରରେ ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି । ତାଙ୍କର ଗସ୍ତ ପୂର୍ବରୁ ଗୁରୁବାର ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଠାରେ କହିଥିଲେ ଯେ, କୋଭିଡ ମହାମାରୀରୁ ଆରୋଗ୍ୟ ଲାଭ କରିବା ଏବଂ ବିଶ୍ୱ ଅର୍ଥନୀତି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବେ । କୋଭିଡ ପରବର୍ତ୍ତୀ ସମୟରେ ଏହା ବିଶ୍ୱ ନେତୃବୃନ୍ଦଙ୍କର ଶାରୀରିକ ଉପସ୍ଥିତିରେ ପ୍ରଥମ ଜି୨୦ ବୈଠକ ହେବାକୁ ଯାଉଛି । ଜି୨୦ ଶିଖର ସମ୍ମିଳନୀ ଅବସରରେ ସେ ବିଶ୍ୱର ଅନ୍ୟ ରାଷ୍ଟ୍ରର ନେତୃବୃନ୍ଦଙ୍କୁ ଭେଟି ସେମାନଙ୍କ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ଜଣାଯାଇଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories