www.samajalive.in
Monday, December 15, 2025
15.1 C
Bhubaneswar

ସ୍ୱାସ୍ଥ୍ୟ ଓ ଜଳବାୟୁ ଆମର ଭବିଷ୍ୟତ ନିର୍ଦ୍ଧାରଣ କରିବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ନିରନ୍ତର ବିକାଶ, ନବୀକରଣ ଓ ଏକତା ମାଧ୍ୟମରେ ହାସଲ କରାଯାଇ ପାରିବ। ବିଶ୍ୱ ନିରନ୍ତର ବିକାଶ ଶିଖର ବୈଠକ ୨୦୨୧କୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।  ଲୋକ ମାନଙ୍କର ସ୍ୱାସ୍ଥ୍ୟ ଓ ଜଳବାୟୁ ପରସ୍ପର ସହ ଜଡ଼ିତ ଓ ଏହି ଦୁଇଟି ବିଷୟ ଆମର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ସେ କହିଛନ୍ତି। ଯୁବକମାନଙ୍କ ଉପରେ ପୁଞ୍ଜିନିବେଶ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ଯୁବକମାନଙ୍କର ଶକ୍ତି ଆମକୁ ଅନେକ ସଫଳତା ଦେଇପାରିବ। ସେ କହିଛନ୍ତି, ଭାରତ ମାନବୀୟ ଦୃଷ୍ଟିକୋଣ ଉପରେ ଅଧିକ ଆଲୋକପାତ କରୁଛି। ଶ୍ରୀ ମୋଦୀ କହିଛନ୍ତି, ଜଳବାୟୁ ପରିବର୍ତ୍ତନରୁ ଗରିବ ଲୋକମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଥାନ୍ତି।
ଭାରତ ପ୍ୟାରିଶ୍‍ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବା ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ଭାରତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଏହାର ଲକ୍ଷ୍ୟ ହାସଲ କରିବାକୁ ଚାହେଁ। ପ୍ରଧାନମନ୍ତ୍ରୀ କହିଛନ୍ତି, ସର୍ବସାଧାରଣଙ୍କ ଉଦ୍ୟମରେ ଭାରତ ପ୍ୟାରିଶ୍‍ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ସେ କହିଛନ୍ତି, ଜଳବାୟୁ ନ୍ୟାୟ ଅର୍ଥ ବିକାଶ ମୁଖୀ ଦେଶଗୁଡ଼ିକୁ ଅଭିବୃଦ୍ଧି କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବା। ଶ୍ରୀ ମୋଦୀ କହିଛନ୍ତି, ଭାରତ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ଶତକଡ଼ା ୩୩ରୁ ୩୫ ଭାଗ ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ଓ ତାହା ମଧ୍ୟରୁ ଶତକଡ଼ା ୨୪ ଭାଗ ହାସଲ କରାଯାଇ ସାରିଛି।
ସେ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ଏକ ପ୍ରଦୂଷଣମୁକ୍ତ ବିଶ୍ୱ ଗଠନ ଓ ଆମର ସଂସ୍କୃତିରେ ଜଙ୍ଗଲକୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଇ ଆସୁଛି। ଏଥିପାଇଁ ଏହାର ସୁଫଳ ଆଜି ଦେଖିବାକୁ ମିଳୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ନିରନ୍ତର ବିକାଶ ହାସଲ ମିଶନରେ ପ୍ରାଣୀମାନଙ୍କର ସୁରକ୍ଷା ଅନ୍ତର୍ଭୁକ୍ତ। ଏଇ କିଛି ବର୍ଷ ଧରି ସିଂହ, ବାଘ ଓ ଚିତାବାଘମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟିଛି। ସେ କହିଛନ୍ତି, ଜଙ୍ଗଲୀକରଣରେ ଭାରତ ବିଶ୍ୱର ପ୍ରମୁଖ ତିନୋଟି ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି। ଭାରତର ମୋଟ୍‍ ଭୌଗଳିକ ଅଞ୍ଚଳର ଏକ ଚତୁର୍ଥାଂଶ ଜଙ୍ଗଲ ଅଞ୍ଚଳ ରହିଛି। ଶ୍ରୀ ମୋଦୀ କହିଛନ୍ତି, ଭାରତ ୨୦୩୦ ସୁଦ୍ଧା ଏହାର ପୁନର୍ବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ ୪୫୦ ଗିଗାୱାଟ୍‍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ସେ କହିଛନ୍ତି, ପି.ଏମ୍‍. କୁସୁମ ଯୋଜନାରେ ଆସନ୍ତାବର୍ଷ ସୁଦ୍ଧା ୩୦ ଗିଗାୱାଟ୍‍ ସୌର ଶକ୍ତି ଉତ୍ପାଦନ କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ୩୬୭ ନିୟୁତ ଏଲଇଡି ବଲବ୍‍ ବ୍ୟବହାର କରାଯାଉଛି। ଏହା ଯୋଗୁଁ କାର୍ବନ୍‍ ଡାଇଅକ୍ସାଇଡ୍‍ ୩୮ ନିୟୁତ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ୮୦ ନିୟୁତ ପରିବାର ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍‍ ପାଉଛନ୍ତି।
ଏହି ଅବସରରେ ଉଦ୍‍ବୋଧନ ଦେଇ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଜଳବାୟୁ ପରିବର୍ତ୍ତନରେ ବିଶ୍ୱର ନେତୃତ୍ୱ ନେଉଛି ଓ ଭାରତ ସମୟ ପୂର୍ବରୁ ଏହାର ପ୍ରତିଶ୍ରୁତିର ପୂରଣ କରିଛି।
ଶିଖର ବୈଠକର ଶୀର୍ଷକ ‘ଆମର ସାଧାରଣ ଭବିଷ୍ୟତର ପୁନଃ ସଂଜ୍ଞା ନିର୍ଦ୍ଧାରଣ : ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ’ ରହିଛି। ଶିଖର ବୈଠକରେ ଗୟାନା ରାଷ୍ଟ୍ରପତି ଡକ୍ଟର ମହମ୍ମଦ୍‍ ଇର୍ଫାନ୍‍ ଅଲ୍ଲୀ, ପପୁଆ ନ୍ୟୁ ଗିନୀ ପ୍ରଧାନମନ୍ତ୍ରୀ ଜେମ୍ସ ମାରାପ୍ପେ, ମାଳଦୀପ ପିପୁଲ୍ସ ମଜଲିସ୍‍ ବାଚସ୍ପତି ମହମ୍ମଦ୍‍ ନଶୀଦ୍‍ ଓ ଜାତିସଂଘ ଉପ ମହାସଚିବ ଅମୀନା ଜେ. ମହମ୍ମଦ ଉଦବୋଧନ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories