www.samajalive.in
Sunday, December 7, 2025
23.1 C
Bhubaneswar

ଡିସେମ୍ବରରୁ ମହଙ୍ଗା ହେବ ଟିଭି ଓ ଅନ୍ୟାନ୍ୟ  ବୈଦ୍ୟୁତିକ ଉପକରଣ

ନୂଆଦିଲ୍ଲୀ . – ଡିସେମ୍ବର ମାସରୁ ଟିଭି ସହ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ  ୭ରୁ୮ ପ୍ରତିଶତ ମହଙ୍ଗା ହେବ ।  ପାର୍ବଣର ଋତୁ ଶେଷ ହେବା ପରେ ବିଭିନ୍ନ କମ୍ପାନୀ ଏବେ  ବିଭିନ୍ନ ଘରୋଇ ଉପକରଣ  ବିକ୍ରି ମୂଲ୍ୟ ବୃଦ୍ଧି କରିବା ପାଇଁ ସମୀକ୍ଷା କରିଛନ୍ତି ।  ଟଙ୍କାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଉଥିବାରୁ ଏବେ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରାଶଂ ଆମଦାନୀର ମୂଲ୍ୟ ବୃଦ୍ଧି ହୋଇଛି ।

ପାନାସୋନିକ ଇଣ୍ଡିଆ ଏହାର ବିଭିନ୍ନ ଉତ୍ପାଦର ମୂଲ୍ୟ ପ୍ରାୟ ୭ ପ୍ରତିଶତ ବୃଦ୍ଧି କରିବ ବୋଲି ସୂଚନା ଦେଇଛି । ଅନ୍ୟ କେତକ କମ୍ପାନୀ ନିଜ ଉତ୍ପାଦର ମୂଲ୍ୟ ବୃଦ୍ଧି କରି ସାରିଲେଣି । ଭାରତରେ ବିଭିନ୍ନ ବୈଦ୍ୟୁତିକ ଉପକରଣ  ନିର୍ମାଣକାରୀ ଉଦ୍ୟୋଗଙ୍କ ସଂଗଠନ ସିଏମା ଅନୁସାରେ  ସେପ୍ଟମ୍ବରଠାରୁ ବିଭିନ୍ନ ଉପକରଣର ମୂଲ୍ୟକୁ ୩ରୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି । ମାତ୍ର ସୋନି ଏବେ ନିଜ ଉତ୍ପାଦ ଗୁଡିକର ମୂଲ୍ୟ ବୃଦ୍ଧି କରିବ ନାହିଁ ବୋଲି ସୂଚନା ଦେଇଛି ।

- Advertisement -

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories