ପୂର୍ବଜନ୍ମ ଓ ପରଜନ୍ମ ଏହାକୁ ନେଇ ଏବେ ପର୍ଯ୍ୟନ୍ତ ମନୁଷ୍ୟଜାତିର କୌତୂହଳ କମ୍ ହୋଇନାହିଁ। ବୈଜ୍ଞାନିକମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକଙ୍କର ପୂର୍ବଜନ୍ମ କାହାଣୀ ରହିଛି। ଏହା ବିନା ପ୍ରକୃତିର ଗତି ଅସମ୍ଭବ। ଏ ବାବଦରେ ଫିନ୍ଲ୍ୟାଣ୍ଡ ବିଶେଷଜ୍ଞ ମି. ଡିକୋଷ୍ଟା କହିଛନ୍ତି ଯଦି ଆମକୁ କେହି ୧୦ଦିନ ତଳର ସମସ୍ତ ବିବରଣୀ ମାଗୁଛି, ଆମେ ସେସବୁ ତଥ୍ୟ ପ୍ରକାଶ କରିବାରେ ମଧ୍ୟ ଭୁଲ୍ କରିଥାଉ। କେଉଁ ପୋଷାକ ପିନ୍ଧିଥିଲି ଅବା ଜଳଖିଆରେ କ’ଣ ଖାଇଲି..ଇତ୍ୟାଦି। ସେଭଳି ସ୍ଥିତିରେ ପୂର୍ବଜନ୍ମର କଥା ଆମେ ମା’ ପେଟରୁ ହିଁ ଭୁଲି କରି ଆସୁ। ବିଶେଷଜ୍ଞଙ୍କ ପରୀକ୍ଷାରୁ ଜଣାପଡ଼ିଛି ଯେ ଗର୍ଭସ୍ଥ ଶିଶୁ ପେଟରେ ଥିବା ସମୟରେ ଅସିଟାସିନ୍ ନାମକ ତତ୍ତ୍ବ ମହଜୁଦ୍ ଥାଏ। ଗର୍ଭରୁ ବାହାରିବା ସମୟରେ ଏଇ ତତ୍ତ୍ବ ମଧ୍ୟ ବାହାରିଆସେ। ଏଇ ତତ୍ତ୍ବ ହିଁ ପୂର୍ବଜନ୍ମ ସହ ଜଡ଼ିତ। ଶିଶୁ ସହ ଅସିଟାସିନ୍ ସଂଲଗ୍ନ ରହିଲେ ପୂର୍ବଜନ୍ମର କଥା ତା’ର ମନେରହେ। କେତେକ ସ୍ଥାନରେ ଏଭଳି ପୂର୍ବଜନ୍ମର ଦୃଷ୍ଟାନ୍ତମାନ ମଧ୍ୟ ଦେଖିବାକୁ ମିଳିଛି।
Popular Categories



