ଗଜପତି: ମୋହନା ଜିରାଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୬୧ଜଣ ଛାତ୍ରୀ ଛାତ୍ରୀନିବାସ ଛାଡି ଚାଲିଯାଇଥିବା ବେଳେ ସେମାନଙ୍କୁ ପୁଣି ବୁଝାସୁଝା କରି ଫେରାଇ ଅଣାଯାଇଛି। ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେଉ ନଥିବା ଏବଂ ବିଦ୍ୟୁତ ଓ ପାଣିର ବ୍ୟବସ୍ଥା ନଥିବାରୁ ଛାତ୍ରୀମାନେ ଏହି ପଦକ୍ଷେପ ନେଇଛନ୍ତି। ଜିରାଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଏହି ସମସ୍ୟା ସମାଧାନ ପାଇଁ ଦାବି ହୋଇ ଆସୁଥିଲା। କିନ୍ତୁ ଏହାକୁ ନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ଛାତ୍ରୀମାନେ ଛାତ୍ରୀନିବାସ ଛାଡିବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ସେମାନଙ୍କୁ ଅଧା ବାଟରେ ଅଟକାଇ ଥିଲେ। ଚନ୍ଦ୍ରଗିରି ନିକଟରେ ଛାତ୍ରୀମାନଙ୍କୁ ବୁଝାସୁଝା କରି ଫେରାଇ ଆଣିଥିବା ସୂଚନା ମିଳିଛି।
Popular Categories



