www.samajalive.in
Tuesday, December 9, 2025
15.1 C
Bhubaneswar

୨୦୦ ବର୍ଷ ତଳର ପ୍ରଥମ ରକ୍ତଦାନର କାହାଣୀ

୧୮୧୮ ସେପ୍ଟେମ୍ବର ୨୫ ତାରିଖ, ୨୦୦ ବର୍ଷ ତଳେ କେବଳ ସାଧାରଣ ପଦ୍ଧତିରେ ଚିକିତ୍ସା ହେଉଥିଲା। ଯଦିଓ ସେସମୟରେ ଚିକିତ୍ସକମାନେ ଖୁବ୍ ଦକ୍ଷ ଥିଲେ, କିନ୍ତୁ ଜ୍ଞାନକୌଶଳ ଅଭାବରୁ ଯଥାଯଥ ପଦକ୍ଷେପ ନେଇପାରୁନଥିଲେ। ଏହିଭଳି ଏକ ଚମତ୍କାର ପଦକ୍ଷେପ ସେତେବେଳେ ନେଇଥିଲେ ବ୍ରିଟିଶ୍ ଡାକ୍ତର ଜେମ୍ସ ବ୍ଲଣ୍ଡଲ। ସେ ବିଶ୍ବର ପ୍ରଥମ ଡାକ୍ତର ଯେ ରକ୍ତଦାନ କରାଇ ଜଣେ ରୋଗୀର ଜୀବନରକ୍ଷା କରିପାରିଥିଲେ। ସେସମୟରେ ପ୍ରକୃତରେ ରକ୍ତଦାନ ସମ୍ପର୍କରେ ସମସ୍ତେ ଅଜ୍ଞ ଥିଲେ। ଜଣେ ମହିଳା ରୋଗୀଙ୍କ ଶରୀରରେ ରକ୍ତର ଆବଶ୍ୟକତା ନିତାନ୍ତ ଦରକାର ପଡ଼ିଲା। ଏଣୁ ସେହି ମହିଳା ରୋଗୀଙ୍କ ସ୍ବାମୀଙ୍କୁ ହିଁ ଡାକ୍ତର ପ୍ରଥମେ ରକ୍ତଦାନ ନିମନ୍ତେ ପରାମର୍ଶ ଦେଲେ। ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ନିମନ୍ତେ ତାଙ୍କ ସ୍ବାମୀ ମଧ୍ୟ ତୁରନ୍ତ ରାଜି ହୋଇ ରକ୍ତଦାନ କରିଥିଲେ। ସ୍ବାମୀଙ୍କ ବାମ ହାତରୁ ୧୧୮ ମିଲି ରକ୍ତ ନିଆଯାଇ ସ୍ତ୍ରୀଙ୍କୁ ରକ୍ତଦାନ କରାଗଲା। ଏହି କାର୍ଯ୍ୟରେ ଡାକ୍ତର ଜେମ୍ସ ସଫଳ ହେବା ସହ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ତାଙ୍କ ନାମ ଲିପିବଦ୍ଧ ହୋଇ ରହିଗଲା। ଆଜି ଚିକିତ୍ସା କ୍ଷେତ୍ର ଖୁବ୍ ଉନ୍ନତି କରିଥିବାବେଳେ ଡାକ୍ତର ଜେମ୍ସଙ୍କ ଏହି ପ୍ରଶଂସନୀୟ ପଦକ୍ଷେପକୁ ବିଶ୍ବ ଚିକିତ୍ସକ ସଂଘ ପ୍ରଶଂସା କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories