www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ପାଉଛି – ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‍ କହିଛନ୍ତି, ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ପାଉଛି, ଯାହା ଏହାର ସଶସ୍ତ୍ର ବାହିନୀର କ୍ଷମତା ସହ ସମ୍ପୂର୍ଣ୍ଣ ଖାପ ଖାଉଛି। ଭାରତ ଶାନ୍ତି ସ୍ଥାପନ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ କିନ୍ତୁ ଆବଶ୍ୟକ ସ୍ଥଳେ ନିଜର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଏହାର ସମସ୍ତ ବଳ ପ୍ରୟୋଗ କରିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ସଶସ୍ତ୍ର ବାହିନୀର ବୀରତ୍ୱ ଓ ସାହସିକତାର ପରିଚୟ ଅଳ୍ପଦିନ ପୂର୍ବେ ଦେଖିବାକୁ ମିଳିଛି। ବାୟୁସେନା ଦ୍ୱାରା ପାକିସ୍ତାନସ୍ଥିତ ସନ୍ତ୍ରାସବାଦୀ ଶିବିରଗୁଡ଼ିକ ଉପରେ ବିମାନ ଆକ୍ରମଣ କରାଯାଇଥିଲା। ରାଷ୍ଟ୍ରପତି କୋବିନ୍ଦ୍‍ କୋଏମ୍ବାଟୁର୍‍ ନିକଟସ୍ଥ ସୁଲୁର୍‍ଠାରେ ଏକ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ କହିଛନ୍ତି, ଭାରତୀୟ ବାୟୁସେନାର ବ୍ୟାପକ ଆଧୁନିକୀକରଣ କରାଯାଉଛି। ସମସ୍ତ ମାନବୀୟ ସହାୟତା ପ୍ରଦାନ ଓ ଦୁର୍ବିପାକ ରିଲିଫ୍‍ କାର୍ଯ୍ୟରେ ଆଗରେ ଥିବାରୁ ସେ ବାୟୁସେନାର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତୀୟ ବିମାନ ବାହିନୀର ଯବାନମାନଙ୍କ ବୀରତ୍ୱ ଓ ସାହସିକତା ପାଇଁ ଦେଶ ଗର୍ବିତ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳା ମୃତ୍ୟୁକୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories