ନୂଆଦିଲ୍ଲୀ : ଡେରାଡୁନର ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସହିଦ ମା’ଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ସୂଚନା ଅନୁସାରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମେ ସହିଦଙ୍କୁ ଶୌର୍ଯ୍ୟ ସମ୍ମାନ ସମାରୋହରେ ପହଞ୍ଚି ଅମର ସହିଦ ସ୍ମୁତି ଚିହ୍ନକୁ ନମନ କରିଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ଏକ ସହିଦ୍ ଅଜିତ ପ୍ରଧାନ ପରିବାର ତାଙ୍କୁ ସ୍ୱାଗତ କରିବାକୁ ଯିବା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ହାତରୁ ଫୁଲତୋଡା ନେଇ ସହିଦଙ୍କ ମାତା ହେମ କୁମାରୀ ପ୍ରଧାନଙ୍କ ପାଦ ଛୁଇଁ ନମସ୍କାର କରିଥିଲେ। ସେ କହିଥିଲେ ଯେ କୌଣସି ସମୟରେ ଆପଣ ମତେ ଫୋନ କରିପାରିବେ।
Popular Categories



