ଲଣ୍ଡନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଲଣ୍ଡନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି  । ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଲଣ୍ଡନ ଯାତ୍ରା କରିଥିଲେ । ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଭାରତ ସରକାରଙ୍କ ତରଫରୁ ରାଣୀ ଏଲିଜାବେଥ୍‌ଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଯାଇଥିବା ସୂଚନା ଦିଆଯାଇଛି । ଏନେଇ ରାଷ୍ଟ୍ରପତି ଭବନ ତରଫରୁ ଟ୍ବିଟ୍‌ କରାଯାଇଛି । ଗତ ୧୨ ତାରିଖରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ବ୍ରିଟିଶ୍‌ ଦୂତାବାସକୁ ଯାଇ ଭାରତ ତରଫରୁ ଶୋକ ପ୍ରକାଶ କରିଥିଲେ । ଗତ ୮ ତରିଖରେ ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ପରଲୋକ ହୋଇଥିଲା ।

kalyan agarbati

Comments are closed.