www.samajalive.in
Saturday, December 6, 2025
16.1 C
Bhubaneswar

୧୦୯୦ ଜଣଙ୍କୁ ମିଳିବ ପଦକ : ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ଵର: ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧୦୯୦ ଜଣଙ୍କୁ ମିଳିବ ମେଡାଲ । ପୁଲିସ୍‌, ଅଗ୍ନିଶମ, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ କ୍ଷେତ୍ରରେ ଗାଲାଣ୍ଟ୍ରି ଏବଂ ସର୍ଭିସ୍ ମେଡାଲ ପ୍ରଦାନ କରାଯିବ । ଓଡିଶାର ଦୁଇ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ବିଶିଷ୍ଟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଏସପି ରବିନ୍ଦ୍ର ପଣ୍ଡା ଏବଂ କମାଣ୍ତାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଓଡ଼ିଶାରୁ ୯ ଜଣଙ୍କୁ ମିଳିବ ସାହସିକତା ପଦକ । ୯ ଜଣଙ୍କ ଭିତରେ ଜଣେ ସବଇନ୍ସିପେକ୍ଟର, ଜଣେ କନେଷ୍ଟବଳ, ଦୁଇ ଜଣ ଓଏପିଏଫ, ଜଣେ ହାବିଲଦାର ଓ ୪ ଜଣ କମାଣ୍ଡୋ ଅଛନ୍ତି । ସେହିପରି ବିଶିଷ୍ଟ ସେବା ପାଇଁ ଦୁଇ ଜଣଙ୍କୁ ପଦକ ମିଳିବ । ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ରବୀନ୍ଦ୍ର କୁମାର ପଣ୍ଡା ଓ କମାଣ୍ଡାଣ୍ଟ ନରେଶ କୁମାର ପଟେଲଙ୍କୁ ବିଶିଷ୍ଟ ସେବା ପଦକ ମିଳିବ । ସେହିପରି ୧୧ ଜଣଙ୍କୁ ମେରିଟୋରିଅସ ସର୍ଭିସ ମେଡାଲ ପ୍ରଦାନ କରାଯିବ ।

 

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories