www.samajalive.in
Saturday, December 6, 2025
16.1 C
Bhubaneswar

ବୁଲା କୁକୁରଙ୍କୁ ହଟାଇବା ମାମଲା: ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ-ଏନସିଆରରୁ ବୁଲା କୁକୁରଙ୍କୁ ହଟାଇ ଆଶ୍ରୟସ୍ଥଳକୁ ପଠାଇବା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି। ଏହା ବିରୋଧରେ ଦାୟର ହୋଇଥିବା ପିଟିସନର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।

ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, କୁକୁରଙ୍କ ଆକ୍ରମଣରେ ପିଲାଙ୍କ ମୃତ୍ୟୁ ହେଉଛି। ବନ୍ଧ୍ୟାକରଣ କରାଗଲେ ବି କୁକୁର କାମୁଡ଼ା ଘଟଣା କମୁନାହିଁ। ଦେଶବ୍ୟାପୀ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ଆମେ କହିବାକୁ ଚାହୁଁଛୁ ଯେ, କେହି ପଶୁଙ୍କୁ ଘୃଣା କରନ୍ତି ନାହିଁ। କିନ୍ତୁ ସୁରକ୍ଷା ଜରୁରୀ।

- Advertisement -

ସେ ଆହୁରି କହିଥିଲେ, କେହି କୁକୁରଙ୍କୁ ମାରିବାକୁ କହୁ ନାହାନ୍ତି। ଆମେ କେବଳ ସେମାନଙ୍କୁ ମଣିଷଙ୍କଠାରୁ ପୃଥକ କରି ରଖିବାକୁ କହୁଛୁ। ଲୋକମାନେ ପିଲାଙ୍କୁ ବାହାରକୁ ଛାଡ଼ିବାକୁ ଡରୁଛନ୍ତି। ନିୟମ ତିଆରି କରିଦେଲେ କୌଣସି ସମାଧାନ ହେବ ନାହିଁ। ଅଦାଲତଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିବ। ଯେଉଁମାନେ ଚିକେନ ଖାଉଛନ୍ତି, ସେମାନେ ଏବେ ପଶୁପ୍ରେମୀ ହୋଇଗଲେଣି।

ଅନ୍ୟପଟେ ବରିଷ୍ଠ ଆଡଭୋକେଟ କପିଲ ସିବ୍ବଲ କହିଥିଲେ ଯେ, କୋର୍ଟ ନିର୍ଦେଶ ଜାରି କରି କହିଛନ୍ତି ଯେ, କୁକୁରଙ୍କୁ ବନ୍ଧ୍ୟାକରଣ ପରେ ବାହାରେ ଛଡ଼ାଯିବ ନାହିଁ। ତା’ହେଲେ ସେମାନେ କୁଆଡ଼େ ଯିବେ ? ଏହା ନିୟମ ବିରୋଧୀ। ଏହା ଉପରେ ରୋକ୍ ଲଗାଯିବା ଦରକାର। ଯେତେବେଳେ ବଡ଼ ସଂଖ୍ୟାରେ କୁକୁରଙ୍କୁ ଗୋଟିଏ ଆଶ୍ରୟ ସ୍ଥଳରେ ରଖାଯିବ ସେତେବେଳେ ସେମାନେ ପରସ୍ପରଙ୍କୁ କାମୁଡ଼ିବେ। ଏହାଦ୍ଵାରା ମଣିଷ ବି ପ୍ରଭାବିତ ହେବେ।

ତେବେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories