ନୂଆଦିଲ୍ଲୀ : ଅନେକ ସମୟରେ ଖାଦ୍ୟ ଜିନିଷରେ ମଲା ଅସରପା, ପୋକ ଆଦି ବାହାରିବାର ଭିଡିଓ ବେଶ ଭାଇରାଲ୍ ହୋଇଥାଏ । ଯାହା ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ତେଲଙ୍ଗାନାରୁ ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଭିଡିଓ ଦେଖିବା ପରେ ଲୋକେ କ୍ରୋଧ ପ୍ରକାଶ କରିବା ସହ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି । ଏଠାରେ ଜଣେ ମହିଳା ଦାବି କରିଛନ୍ତି ଯେ, ସେ ସ୍ଥାନୀୟ ବେକ୍ରୀରୁ କିଛି ଖାଦ୍ୟ ଅର୍ଡର କରିଥିଲେ । ଘରେ ତାହାକୁ ଖାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ସେଥିରେ ଏକ ମଲା ସାପ ଥିବା ଦେଖିଥିଲେ । ଏହି ଘଟଣା କେବଳ ମହିଳାଙ୍କୁ ନୁହେଁ ବରଂ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।
Shocking incident in Mahbubnagar! A family found a baby snake inside a curry puff ordered from a bakery in Jadcherla. The family immediately reported the matter to the bakery and police. The police have registered a case and started investigation. Stay cautious while eating out! pic.twitter.com/qOsmrywKDy
— 🇮🇳Tirish Reddy (@tirishreddy) August 12, 2025
ଜୌଖିନଗରରେ ରହୁଥିବା ଏହି ମହିଳା ଜଣକ ଘରକୁ ଫେରିବା ବାଟରେ ହିଁ ବେକ୍ରୀରୁ କିଛି ଖାଦ୍ୟ ଜିନିଷ ନେଇ ଆସିଥିଲେ । ମାତ୍ର ଘରେ ଏଭଳି ଦୃଶ୍ୟ ଦେଖି ସେ ସ୍ତବ୍ଧ ହୋଇ ଯାଇଥିଲେ ।
ମହିଳା ଜଣକ ତୁରନ୍ତ ପୁଲିସ ନିକଟକୁ ଯାଇ ମାମଲା ରୁଜୁ କରିଥିଲେ । ଏହାପରେ ପୁଲିସ ଉକ୍ତ ବେକ୍ରୀରେ ପହଞ୍ଚି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରି ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜାଣିବା ପାଇଁ ସ୍ଥାନୀୟ ଖାଦ୍ୟ ନିରୀକ୍ଷକକୁ ଜଣାଇଛି । ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କ।ର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓଟି ପୁଣି ଥରେ ଖାଦ୍ୟ ସହ ଜଡିତ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏଥର ଜନ୍ମାଷ୍ଟମୀରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ଉପରେ ହେବ ଧନବର୍ଷା, ମିଳିବ ଖାଲି ସଫଳତା..



