bjd gruha runa

ୟୁକ୍ରେନକୁ ଆମେରିକାର ୮୦ କୋଟି ଡଲାର ସହାୟତା

BJD Bijuli 480×75 Mob

ୱାଶିଂଟନ : ରୁଷ୍‌ର ଆକ୍ରମଣରୁ ୟୁକ୍ରେନକୁ ରକ୍ଷା କରିବା ଲାଗି ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ଆମେରିକା କଂଗ୍ରେସରେ ଭାବବିହ୍ବଳ ଉଦ୍‌ବୋଧନ ଦେବା ପରେ ହ୍ବାଇଟ ହାଉସ୍ ଏଥିପ୍ରତି ସହୃଦୟତା ପ୍ରକାଶ କରିଛି। ଜେଲେନସ୍କିଙ୍କ ଉଦ୍‌ବୋଧନର କିଛି ଘଣ୍ଟା ପରେ ୟୁକ୍ରେନକୁ ୮୦ କୋଟି ଡଲାର ସୁରକ୍ଷା ସହାୟତା ଯୋଗାଇ ଦେବାକୁ ଆମେରିକା ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିବେ। ରୁଷ୍‌ର ଆକ୍ରମଣରୁ ରକ୍ଷା ପାଇଁ ୟୁକ୍ରେନକୁ ନୋ-ଫ୍ଲାଇଙ୍ଗ୍‌ ଜୋନ ଘୋଷଣା କରିବାକୁ ଜେଲେନସ୍କି ଆମେରିକାକୁ ନିବେଦନ କରିଥିଲେ। ଅନ୍ୟଥା ୟୁକ୍ରେନକୁ ଯୁଦ୍ଧ ବିମାନ ଯୋଗାଇ ଦେବାକୁ କହିଥିଲେ। ଜେଲେନସ୍କିଙ୍କ ନିବେଦନ ଆଧାରରେ ଆମେରିକା ୮୦ କୋଟି ଡଲାର ସୁରକ୍ଷା ସହାୟତା ଯୋଗାଇ ଦେବାକୁ କହିଛି। ଏହା ସହିତ ୟୁକ୍ରେନକୁ ଦୂରଗାମୀ ଯୁଦ୍ଧବିମାନ ବିଧ୍ବଂସୀ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଆମେରିକା କହିଛି। ବାଇଡେନ ଅଭିଯୋଗ କରିଛନ୍ତି ଯେ ରୁଷ୍ ସୈନିକ ମାରିଉପୋଲ ହସ୍ପିଟାଲରେ ଡାକ୍ତର ଓ ରୋଗୀଙ୍କୁ ପଣବନ୍ଦୀ ରଖିଛନ୍ତି।

Comments are closed.