ସାମାଜିକ ନ୍ୟାୟ ହିଁ ଭାରତର ସର୍ବୋଚ୍ଚ ପ୍ରାଥମିକତା – ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସାମାଜିକ ନ୍ୟାୟ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସରକାର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସମାଜର ଅନ୍ୟାନ୍ୟ ଅବହେଳିତ ବର୍ଗଙ୍କ କଲ୍ୟାଣ ପାଇଁ ଅନେକ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରିଛନ୍ତି।। ୭୮ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି କହିଛନ୍ତି, ସରକାରଙ୍କ ସାମାଜିକ ଉତ୍ଥାନ ଓ ରୋଜଗାର ଆଧାରିତ ଜନକଲ୍ୟାଣ ଯୋଜନା ମାଧ୍ୟମରେ ପଛୁଆ ସମ୍ପ୍ରଦାୟର ଲୋକଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ସେହିଭଳି ସ୍ୱତନ୍ତ୍ର ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ‘ନମସ୍ତେ’ ଯୋଜନାରେ କୌଣସି ସଫେଇ କର୍ମଚାରୀଙ୍କୁ ନର୍ଦ୍ଦମା ଏବଂ ଆବର୍ଜନା ଟାଙ୍କି ସଫା କରିବା ଭଳି ବିପଜ୍ଜନକ କାର୍ଯ୍ୟ ହାତରେ କରିବାକୁ ପଡିବ ନାହିଁ ବୋଲି ସୁନିଶ୍ଚିତ କରାଯାଉଥିବା ସେ କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ମହିଳା-ପୁରୁଷଙ୍କ ମଧ୍ୟରେ ନ୍ୟାୟଗତ ସମାନତା ଏବଂ ଜଳବାୟୁ ନ୍ୟାୟ ଉପରେ ଗୁରୁତ୍ୱ ପ୍ରଦାନ କରି କହିଛନ୍ତି ଯେ ଏବେ ସରକାର ମହିଳା କଲ୍ୟାଣ ଏବଂ ମହିଳା ସଶକ୍ତୀକରଣକୁ ସମାନ ଗୁରୁତ୍ୱ ଦେଉଛନ୍ତି। ଗତ ଦଶନ୍ଧି ମଧ୍ୟରେ ଏଥିପାଇଁ ବଜେଟ୍ ଆବଣ୍ଟନ ତିନି ଗୁଣରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି। ଜନ୍ମ ସମୟରେ ଝିଅମାନଙ୍କ ଅନୁପାତରେ ଘଟିଥିବା ଉଲ୍ଲେଖନୀୟ ବୃଦ୍ଧି ସବୁଠାରୁ ଉତ୍ସାହଜନକ ବୋଲି ରାଷ୍ଟ୍ରପତି କହିଛନ୍ତି।

prayash

ନିରନ୍ତର ବିକାଶ ପଥରେ ଭାରତ, ତିନୋଟି ଅର୍ଥନୀତି ମଧ୍ୟରୁ ହେବ ଅନ୍ୟତମ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

kalyan agarbati

Comments are closed.