ନିରନ୍ତର ବିକାଶ ପଥରେ ଭାରତ, ତିନୋଟି ଅର୍ଥନୀତି ମଧ୍ୟରୁ ହେବ ଅନ୍ୟତମ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଭାରତ ଏବେ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି ଏବଂ ଆଗାମୀ ଦିନରେ ଦେଶ ବିଶ୍ୱର ୩ଟି ବୃହତମ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବ। ୭୮ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି କହିଛନ୍ତି, ଭାରତ ୨୦୨୧ରୁ ୨୦୨୪ ମଧ୍ୟରେ ୮% ଅଭିବୃଦ୍ଧି ହାସଲ କରି ସବୁଠାରୁ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି। ସେ କହିଛନ୍ତି, ଏହା ଲୋକଙ୍କୟା ଆର୍ଥିକ ଭାବେ ସଶକ୍ତ କରିଛି ଏବଂ ଲୋକମାନେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି।

ସେ କୋଭିଡ୍ -୧୯ର ଉଦାହରଣ ଦେଇ କହିଛନ୍ତି, ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ପ୍ରଦାନ କରାଯାଉଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଆମେ ଖୁବଶୀଘ୍ର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛୁ। ଏହା କେବଳ କୃଷକ ଓ ଶ୍ରମିକଙ୍କ ଅକ୍ଳାନ୍ତ ପରିଶ୍ରମ, ନୀତି ନିର୍ମାତା ଓ ଉଦ୍ୟମିମାନଙ୍କ ଦୂରଦୃଷ୍ଟି ଏବଂ ଦୂରଦର୍ଶୀ ସମ୍ପନ୍ନ ନେତୃତ୍ୱ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

prayash

ମନେପଡେ ବିଭାଜନର ଭୟାବହତା, ସେମାନଙ୍କ ସହ ଛିଡା ହୋଇଛି ସାରା ଦେଶ – ରାଷ୍ଟ୍ରପତି

kalyan agarbati

Comments are closed.