Patra electronics

ମନେପଡେ ବିଭାଜନର ଭୟାବହତା, ସେମାନଙ୍କ ସହ ଛିଡା ହୋଇଛି ସାରା ଦେଶ – ରାଷ୍ଟ୍ରପତି

ଡେସ୍କ: ୭୮ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି କହିଛନ୍ତି, ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ଦେଶ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି। ଆଜିର ଦିନ ବିଭାଜନର ଭୟାବହତାକୁ ମନେ ପକାଇବାର ଦିନ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ବିଭାଜନରେ ଲକ୍ଷ ଲକ୍ଷ ଲୋକ ବାଧ୍ୟହୋଇ ସ୍ଥାନାନ୍ତର ହେଲେ ଓ ଅନେକ ଲୋକ ପ୍ରାଣ ହରାଇଲେ।

ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତ ବର୍ଷର ସାଧାରଣ ନିର୍ବାଚନ ବିଷୟରେ କହିଛନ୍ତି ଯେ ଏହା ଏକ ଐତିହାସିକ କୀର୍ତ୍ତିମାନ ଥିଲା। ସେ ଏଭଳି ଏକ ବିଶାଳ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଓ ନିରପେକ୍ଷ ଭାବେ ଆୟୋଜନ କରିଥିବାରୁ ନିର୍ବାଚନ ଆୟୋଗଙ୍କୁ ଅଭିନନ୍ଦନର ଜଣାଇଛନ୍ତି। ସେ କହିଛନ୍ତି, ଏତେ ସଂଖ୍ୟକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବା ଆମ ଗଣତାନ୍ତ୍ରିକ ବିଚାରଧାରାର ଅଭୂତପୂର୍ବ ସମର୍ଥନକୁ ପ୍ରତିଫଳିତ କରୁଛି। ସେ କହିଛନ୍ତି, ଆମ ଦେଶର ସଫଳ ନିର୍ବାଚନ ପରିଚାଳନା ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିଛି।

ପରମ୍ପରା ଓ ମୂଲ୍ୟବୋଧର ନୂତନ ଅଭିବ୍ୟକ୍ତି ଆମ ସ୍ୱାଧୀନତା – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Comments are closed.