ମରିସସରେ ଗାନ୍ଧିଜୀଙ୍କୁ ସ୍ମରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ମରିସସର ରାଷ୍ଟ୍ରୀୟ ଦିବସ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀମତୀ ମୁର୍ମୁଙ୍କ ସହ ମରିସସର ରାଷ୍ଟ୍ରପତି ପୃଥ୍ୱୀରାଜସିଂ ରୁପୁନ ଏବଂ ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନାଥ ଉପସ୍ଥିତିରେ ଭାରତୀୟ ନୌସେନା ଦଳ ମଧ୍ୟ ଥିଲେ। ରାଷ୍ଟ୍ରପତି ମୁର୍ମୁ ସାଂସ୍କୃତିକ ପରିବେଷଣ ପରେଡ୍ ଦେଖିଥିଲେ।

ପ୍ରତି ଭାଗବତ ଟୁଙ୍ଗିକୁ ମିଳିବ ୫୦ ହଜାର ଟଙ୍କା

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ମରିସସରେ ଗାନ୍ଧିଜୀଙ୍କୁ ସ୍ମରଣ କରୁଛି। ଏହି ଦିନ ହିଁ ବାପୁ ଭାରତକୁ ସ୍ୱାଧୀନତା ଆଡକୁ ନେବା ପାଇଁ ତାଙ୍କ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ। ଦଶନ୍ଧି ପରେ ଦେଶର ସ୍ୱାଧୀନତା ସଂଗ୍ରାମରେ ଗାନ୍ଧିଜୀଙ୍କ ଅବଦାନକୁ ସମ୍ମାନ ଦେବା ପାଇଁ ମରିସସ୍ ଏହି ଦିନକୁ ନିଜର ଜାତୀୟ ଦିବସ ଭାବେ ବାଛି ନେଇଥିଲା।

ମରିସସରେ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି କହିଥିଲେ, ଏହି ପବିତ୍ର ଦିନରେ ଆଜି ମୋକାସ୍ଥିତ ସମ୍ମାନଜନକ ମହାତ୍ମା ଗାନ୍ଧୀ ଅନୁଷ୍ଠାନରେ ଉପସ୍ଥିତ ରହିବା ଏକ ବଡ଼ ସୌଭାଗ୍ୟ ଓ ଗୌରବର ବିଷୟ। ମାର୍ଚ୍ଚ ୧୨ ଆମ ଦୁଇ ଦେଶ ପାଇଁ ସ୍ୱତନ୍ତ୍ର – ଯେଉଁ ଦିନ ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଭାରତରେ ଐତିହାସିକ ଦାଣ୍ଡି ପଦଯାତ୍ରାର ନେତୃତ୍ୱ ନେଇଥିଲେ ଏବଂ ସେହି ତାରିଖକୁ ମରିସସର ସ୍ୱାଧୀନତା ଦିବସ ଭାବରେ ଗ୍ରହଣ କରାଯାଇଥିଲା। ସେଠାରେ ସ୍କୁଲ ପିଲାମାନଙ୍କ ଦ୍ୱାରା ଗାନ୍ଧୀଜୀଙ୍କ ପ୍ରିୟ ଭଜନର ମଧୁର ପରିବେଷଣ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋକାସ୍ଥିତ ମହାତ୍ମା ଗାନ୍ଧୀ ଅନୁଷ୍ଠାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସାଇନି

ଶ୍ରୀମତୀ ମୁର୍ମୁ କହିଥିଲେ, ଆପଣମାନେ ସମସ୍ତେ ଭାରତୀୟ ପରମ୍ପରା ଓ ସଂସ୍କୃତିକୁ କେବଳ ନିଜ ହୃଦୟରେ ନୁହେଁ ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବଞ୍ଚାଇ ରଖି ଏହି ସଫଳତାର କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମରିସସବାସୀ ମହାଶିବରାତ୍ରୀ, ଗଣେଶ ଚତୁର୍ଥୀ, ଇଦ୍, ହୋଲି, ଦୀପାବଳି ଇତ୍ୟାଦି ପର୍ବପର୍ବାଣୀକୁ ଯେଉଁ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରନ୍ତି ତାହା ଦେଖିବାକୁ ମିଳିଥାଏ।

Comments are closed.