www.samajalive.in
Monday, December 15, 2025
17.1 C
Bhubaneswar

ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ : ଆଠଗଡ ଗଡଜାତ ଅଞ୍ଚଳର ପ୍ରସିଦ୍ଧ ଓ ନିଆରା ପଞ୍ଚୁଦୋଳ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରି ଆଠଗଡର ଏହି ପ୍ରାଚୀନ ପଞ୍ଚୁଦୋଳ ଯାତ୍ରାକୁ କିପରି ସରସ ସୁନ୍ଦର ଭାବରେ ପାଳନ କରାଯିବ ସେ ସମସ୍ତଙ୍କର ମତାମତ ନେବା ସହ ସହଯୋଗ କାମନା କରିଥିଲେ। ରାଜାରାଜୁଡା ଅମଳରୁ ଆଠଗଡ ଗଡଜାତର ବିଭିନ୍ନ ଗ୍ରାମାଞ୍ଚଳ ଓ ଆଠଗଡ ସହରରେ ଫଗୁଦଶମୀଠାରୁ ବାରୁଣୀ ଯାତ୍ରା ପର୍ଯ୍ୟନ୍ତ ପ୍ରାୟ ୧୭ଦିନ ଧରି ଦୋଳଯାତ୍ରା ଅନୁଷ୍ଠିତ ହୋଇଆସୁଛି । ମାର୍ଚ୍ଚ ୧ ତାରିଖରେ ଫଗୁଦଶମୀ ପଡୁଥିବାରୁ ସେହି ଦିନଠାରୁ ଆଠଗଡର ଇଷ୍ଟ ଦେବତା ଶ୍ରୀ ରାଧାଗୋବିନ୍ଦ ଜୀଉଙ୍କ ସମେତ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବ, ଶ୍ରୀ ରଘୁନାଥ ଦେବ, ଶ୍ରୀ ନୃସିଂହନାଥ ଦେବ, ସ୍ୱପ୍ନେଶ୍ୱର ଦେବ ଆଦି ଦିଅଁଙ୍କୁ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ବିଭିନ୍ନ ସାହି ଓ ବସ୍ତିରେ ଚାଚେରୀ ଭୋଗ ଲାଗୁ କରାଯିବ। ଫାଲ୍‌ଗୁନ ଚତୁର୍ଦ୍ଦଶୀ ଅର୍ଥାତ୍‌ ମାର୍ଚ୍ଚ ୬ତାରିଖରେ ଚାଚେରୀ ଭୋଗ ଲାଗି ପରେ ମଧ୍ୟରାତ୍ରରେ ଗୋପବନ୍ଧୁ ଛକଠାରେ ପାରମ୍ପରିକ ରାଜଦୋଳ ଓ ଅଗ୍ନି ଉତ୍ସବ ଅନୁଷ୍ଠିତ ହେବ। ପୂର୍ଣ୍ଣିମାରେ ଝୁଲଣ ପଡିଆରେ ଦୋଳ ମେଲଣ ଏବଂ ଅପରାହ୍ନରେ ଦୁର୍ଗାବଜାରସ୍ଥିତ ଦୋଳମଣ୍ଡପରେ ପରମ୍ପରା ଅନୁଯାୟୀ ପାଞ୍ଜି ପାଠ କରାଯିବ। ଆଠଗଡ ପଞ୍ଚୁଦୋଳ ଆସନ୍ତା ମାର୍ଚ୍ଚ ୧୨ତାରିଖରେ ଏବଂ ତା ପରଦିନ ଅର୍ଥାତ୍‌ ୧୩ତାରିଖରେ ହୋଲି ଖେଳ ଅନୁଷ୍ଠିତ ହେବ। ପଞ୍ଚୁଦୋଳ ଯାତ୍ରାରେ ସବୁବର୍ଷ ପରି ଚଳିତ ବର୍ଷ ପ୍ରଭୁ ଶ୍ରୀ ଧବଳେଶ୍ୱର ଓ ଶ୍ରୀ ସର୍ପେଶ୍ୱରଙ୍କ ସମେତ ବିଭିନ୍ନ ଗ୍ରାମାଞ୍ଚଳରୁ ୬୦ଟି ବିମାନରେ ଦିଅଁ ଆଠଗଡ ଆସି ଦୋଳଯାତ୍ରାରେ ସାମିଲ ହେବେ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଯାତ୍ରାଦିନ ଆଠଗଡର ବିଭିନ୍ନ ବଜାର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ଏବଂ ନୀରବଚ୍ଛିନ୍ନ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ, ପରିମଳ, ଟ୍ରାଫିକ୍‌ ନିୟନ୍ତ୍ରଣ, ଆଶୁ ଚିକିତ୍ସା ଓ ସୂଚନା କେନ୍ଦ୍ର ଆଦି କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ହୋଲିକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ସହ ପରୀକ୍ଷାର୍ଥୀ, ସରକାରୀ କର୍ମଚାରୀ, ରୋଗୀ ଓ ରୋଗୀଙ୍କ ସହାୟକ, ରଙ୍ଗଖେଳିବାକୁ ଇଚ୍ଛା କରୁନଥିବା ମହିଳା ଓ ଶିଶୁଙ୍କୁ ରଙ୍ଗଖେଳରୁ ବାଦ୍‌ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ତହସିଲଦାର ପ୍ରିୟବ୍ରତ ଦାସ, ବିଡିଓ ପ୍ରଦୀପ କୁମାର ସାହୁ, ଅତିରିକ୍ତ ବିଡିଓ ଉପେନ୍ଦ୍ର କୁମାର ଜେନା, ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଓ ନଗରପାଳ ସସ୍ମିତା ରାଉତ ପ୍ରମୁଖଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ବଜାର କମିଟିର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧ ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକ ଶେଷରେ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories