www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ନବରଙ୍ଗପୁର: ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତର ଭାଲୁଝର ଗ୍ରାମ ନିକଟରେ ଥିବା ଏକ ନଦୀ ପାଖରେ ଦୁଇ ପ୍ରେମୀଯୁଗଳ ଗୋଟିଏ ଗଛରେ ଝୁଲି ପଡି ଆତ୍ମହତ୍ୟା କରିଛନ୍ତି।

ଭାଲୁଝର ଗ୍ରାମର ସାଧବ ମୁଦୁଲିଙ୍କ ତୃତୀୟ ଝିଅ ବେଲ ମୁଦୁଲି (୧୯ ବର୍ଷ) ଓ ମୈଦଲପୁର ପଞ୍ଚାୟତ ନୀଳାଦ୍ରି ଗୁଡାର ତ୍ରିପତି ମାଝୀ (୨୩ ବର୍ଷ)ଙ୍କ ମଧ୍ୟରେ ବହୁ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ବୁଧବାର ସକାଳୁ ଗ୍ରାମବାସୀ ଶୌଚ ହେବା ପାଇଁ ଯାଇଥିବା ବେଳେ ଏହି ପ୍ରେମୀ ଯୁଗଳଙ୍କୁ ଗଛରେ ଝୁଲୁଥିବାର ଦେଖିଥିଲେ। ଘଟଣା ସ୍ଥଳରେ ମୈଦଲପୁର ଥାନା ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ପ୍ରେମୀଯୁଗଳ ଆତ୍ମହତ୍ୟା କଲେ ତାହା ପୁଲିସ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories