www.samajalive.in
Sunday, December 14, 2025
16.1 C
Bhubaneswar

ଓସାଫି ପକ୍ଷରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କର୍ମଶାଳା

 

ଭୁବନେଶ୍ୱର-ଓଡ଼ିଶା ରେ ସ୍ଵୟଂ ସହାୟକ ଦଳ ମାଧ୍ୟମରେ ମହିଳା ମାନେ ରୋଜଗାରକ୍ଷମ ହୋଇ ନିଜ ପରିବାର ର ସମସ୍ତ ଆର୍ଥିକ ଆବଶ୍ୟକତା କୁ ପରିପୂରଣ କରୁଛନ୍ତି । ବ୍ୟକ୍ତିଗତ ସ୍ତର ରେ ଆରମ୍ଭ ହୋଇଥିବା ଛୋଟ ଛୋଟ ବ୍ୟବସାୟ ଆଜି କ୍ଷୁଦ୍ର ଉଦ୍ୟୋଗ ର ମାନ୍ୟତା ପାଇଛି। ମହିଳା ମାନେ କ୍ଷୁଦ୍ର ବ୍ୟବସାୟ ରୁ ରୋଜଗାର କରି ଗୃହ, ଶିକ୍ଷା, ଅକ୍ଷୟ ଶକ୍ତି ଇତ୍ୟାଦି ଋଣ ଆଣି ନିଜ ପରିବାର ର ସାମଗ୍ରିକ ବିକାଶ ରେ ଭାଗିଦାରୀ ହୋଇପାରିଛନ୍ତି । ଓଡ଼ିଶା ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପଞ୍ଜୀକୃତ ୭୦ ରୁ ଉର୍ଦ୍ଧ କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନ, ଏନ୍.ବି.ଏଫ୍.ସି, ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ , ଏନ୍.ବି.ଏଫ୍.ସି ଏମ.ଏଫ୍.ଆଇ ଇତ୍ୟାଦି ୩୦ ଗୋଟି ଜିଲ୍ଲା ର ୪୩ ଲକ୍ଷ ରୁ ଉର୍ଦ୍ଧ ମହିଳା ଙ୍କୁ ବିଭିନ୍ନ ଆର୍ଥିକ ସେବା ଯୋଗାଇ ଆସୁଛନ୍ତି । ଆଜି ଭୁବନଶ୍ବର ସ୍ଥିତ ଏକ ଘରୋଇ ହୋଟେଲ ରେ ଓଡ଼ିଶା ରାଜ୍ୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅନୁଷ୍ଠାନ (ଓସାଫି) ଦ୍ଵାରା ଆୟୋଜିତ ଚତୁର୍ଥ ଓଡ଼ିଶା ଆର୍ଥିକ ଅନ୍ତର୍ଭୁକ୍ତିକରଣ କର୍ମଶାଳା ରେ ଅନୁଷ୍ଠାନ ର ସଭାପତି ଶ୍ରୀ ଦିବ୍ୟଜ୍ୟୋତି ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି ।
ମହିଳା ମାନେ ନିଜ କ୍ଷୁଦ୍ର ବ୍ୟବସାୟ କୁ ବୃଦ୍ଧି କରିବା ପାଇଁ ଆର୍ଥିକ ସହାୟତା ସହ ଜ୍ଞାନ, କୌଶଳ ଓ ଦକ୍ଷତା ର ଆବଶ୍ୟକ। ଓଡ଼ିଶା ର ସମସ୍ତ ମହିଳା ଉଦ୍ୟୋଗୀ ଙ୍କୁ ବ୍ୟବସାୟ ବିକାଶ ପାଇଁ ଆବଶ୍ୟକ ଜ୍ଞାନ କୌଶଳ ତଥା ଦକ୍ଷତା ଓଡ଼ିଶା ସରକାର ତଥା ବିଭିନ୍ନ ଦକ୍ଷତା ବିକାଶ ଅନୁଷ୍ଠାନ ମାନଙ୍କ ସହାୟତା ରେ ଯୋଗାଇଦେବା ବ୍ୟବସ୍ଥା କରିବା ପାଇଁ ଅନ୍ୟ ବକ୍ତା ମାନେ ପ୍ରକାଶ କରିଥିଲେ

- Advertisement -

ଓସାଫି ର ସଭାପତି ଶ୍ରୀ ଦିବ୍ୟଜ୍ୟୋତି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କର୍ମଶାଳା ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଚନ୍ଦ୍ର ଶେଖର ଶର୍ମା , ଏସ ଏଲ୍ ବି ସି ର ଆବାହକ ଶ୍ରୀ ଗୌତମ ପାତ୍ର , ଭାରତୀୟ ଲଘୁ ଉଦ୍ୟୋଗ ବ୍ୟାଙ୍କ୍ ର ମୁଖ୍ୟ ମହା ପ୍ରବନ୍ଧକ ଡ. ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ , ଇସାଫ୍ ସ୍ମାଲ ଫାଇନାନ୍ସ ବ୍ୟାଙ୍କ୍ ର ମୁଖ୍ୟ ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ କେ. ପାଉଲ୍ ଥୋମାସ, ସି ୱାଇ.ଏସ.ଡି.ର ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ପ୍ରମୁଖ ଯୋଗ ଦେଇ ମହିଳା ସଶକ୍ତିକରଣ ର ବିଭିନ୍ନ ଦିଗ, ଉଦ୍ୟୋଗ ବିକାଶ କ୍ଷେତ୍ର ରେ ଡିଜିଟାଲ ସାକ୍ଷରତା ର ଗୁରୁତ୍ବ, ମହିଳା ମାନଙ୍କ ବ୍ୟବସାୟିକ ବୃଦ୍ଧି ଦିଗରେ ଓସାଫି ସଦସ୍ୟ ଅନୁଷ୍ଠାନ ଗୁଡ଼ିକର ଭୂମିକା ବିଷୟରେ ଆଲୋଚନା କରିଥିଲେ

ଅପରାହ୍ନ ଅଧିବେଶନରେ ୟୁ ଏନ ଡି ପି ର ରାଜ୍ୟ ମୁଖ୍ୟ ଶ୍ରୀମତୀ ଆଭା ମିଶ୍ର , ଡି ସି ବି ବ୍ୟାଙ୍କ୍ ର ଆଞ୍ଚଳିକ ମୁଖ୍ୟ ଶ୍ରୀ ସତ୍ୟ ପ୍ରଧାନ, ଗ୍ରାମ ଉଥାନ ର ମୁଖ୍ୟ ଶ୍ରୀ ଗୋବିନ୍ଦ ଦାସ , ଜାଭିୟର ବିଶ୍ୱବିଦ୍ୟାଳୟ ର ପ୍ରଫେସର ଶ୍ରୀ ରମନା, କିଟ ବିଶ୍ଵ ବିଦ୍ୟାଳୟ ର ପ୍ରଫେସର ଶ୍ରୀ ଦେବାଶିଷ ମହାପାତ୍ର ପ୍ରମୁଖ ଯୋଗ ଦେଇ ମହିଳା ସଶକ୍ତିକରଣ ଓ ବିଭିନ୍ନ ଆର୍ଥିକ ସେବା ବିଷୟରେ ଆଲୋଚନା କରିଥିଲେ।

ଓ ସା ଫି ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନୁଷ୍ଠାନ ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଡ.ଆଲୋକ ପଟ୍ଟନାୟକ ଓ ରାକେଶ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।

କର୍ମଶାଳା ରେ ଓସାଫି ର ୨୪ ଗୋଟି ସଦସ୍ୟ ଅନୁଷ୍ଠାନର ୩୦ ଗୋଟି ଜିଲ୍ଲା ରୁ ମୋଟ ୫୦୦ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories