୭୫ତମ ସାଧାରଣତନ୍ତ୍ର ଦିବସ ପରେଡ୍ ପ୍ରସ୍ତୁତି: ଏଥର ଭାଗନେବେ ୬୪ କଣ୍ଟିଜେଣ୍ଟ
ଭୁବନେଶ୍ବର: ଜାନୁଆରୀ ୨୬ରେ ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିବାକୁ ଯାଉଛି। ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗାନ୍ଧି ମାର୍ଗରେ ଫୁଲ ଡ୍ରେସ୍ ରିହର୍ସେଲ ହୋଇଛି। ଏଥର ଆଇପିଏସ୍ ଅଫିସର ଏ ବି ଶିଳ୍ପା ପରେଡର ନେତୃତ୍ବ ନେଇଛନ୍ତି । ଏଥର ପରେଡରେ ୬୪ କଣ୍ଟିଜେଣ୍ଟ ଭାଗନେବେ । ଆଇଟିବିପି , ସିଆରପିଏଫ୍, ବିଏସଏଫ୍ , ଫାୟାର୍ , ଓଡ୍ରାଫ୍ , ଓଡିଶା ହୋମଗାର୍ଡ , ସୈନିକ ସ୍କୁଲ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡରେ ଭାଗନେବେ। ତାସହ ୪ଟି ସାଂସ୍କୃତିକ ଦଳ ଏହି ରିହର୍ସେଲରେ ସାମିଲ ହୋଇଛନ୍ତି। ପଡୋଶୀ ରାଜ୍ୟ ସହ ଉତ୍ତମ ସମନ୍ବୟ ଏବଂ ଯୋଗସୂତ୍ର ରକ୍ଷା ପାଇଁ ଝାଡଖଣ୍ଡ ପୁଲିସ ପରେଡରେ ଯୋଗଦେବ । ଏଥିପାଇଁ ସମ୍ପୂର୍ଣ୍ଣ ଗାନ୍ଧି ମାର୍ଗ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ।
Comments are closed.