www.samajalive.in
Saturday, December 6, 2025
26.1 C
Bhubaneswar

ମାନବିକତା ଦେଖାଇ​‌ଲେ କନ୍ଧମାଳ ସାଂସଦ

ଫୁଲବାଣୀ: କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ମହାନତା। କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କରୁକୁଡୁପା ଗ୍ରାମପଞ୍ଚାୟତ ମାଙ୍ଗାପାଙ୍ଗା ଗ୍ରାମର ପାଷ୍ଟର ସୁବାସ ଚନ୍ଦ୍ର ଦିଗାଲଙ୍କ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୁବାସ ବହୁ ଦିନ ଧରି କର୍କଟ ରୋଗର ଆକ୍ରାନ୍ତ ହୋଇ ମରଣ ସହ ଯୁଦ୍ଧ କରୁଥିଲେ, ହେଲେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା। ଏପରି ଶୋକାକୁଳ ପରିସ୍ଥିତିରେ ଶେଷ କୃତ୍ୟ ନିମନ୍ତେ ନିଜ ବାସଭବନକୁ ମୃତଦେହ ନେବାକୁ କନ୍ଧମାଳ ସାଂସଦ ଡ଼ଃ ସାମନ୍ତ ନିଜସ୍ୱ ହସ୍ପିଟାଲରୁ ନିଜସ୍ୱ ପାଣ୍ଠିରୁ ଆମ୍ବୁଲାନ୍ସର ବ୍ୟବସ୍ଥା କରି ପଠାଇଥିଲେ। ଭୁବନେଶ୍ୱରରୁ ଆମ୍ବୁଲାନ୍ସ ମାଧ୍ୟମରେ ମୃତଦେହ ଆସି ମାଙ୍ଗାପାଙ୍ଗା ଗ୍ରାମରେ ପହଞ୍ଚିଥିଲା। ସ୍ୱର୍ଗତ ଦିଗାଲ ଦୀର୍ଘବର୍ଷ ଧରି ବିଜେଡି ଦଳ ସହିତ ସାମିଲ୍‌‌ ହୋଇଥିଲେ। ଅଞ୍ଚଳରେ ଦଳକୁ ମଜଭୁତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବା ସହିତ ସେ ସମସ୍ତଙ୍କ ଅତି ପ୍ରିୟ ଭାଜନ ହୋଇ ପାରିଥିଲେ। ତାଙ୍କର ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମର ଶରୀର ଗ୍ରାମରେ ପହଞ୍ଚିବା ପରେ ବହୁ ସଂଖ୍ୟରେ ଅଞ୍ଚଳବାସୀ, ବିଭିନ୍ନ ଦଳର ବ୍ୟକ୍ତି ବିଶେେ ତାଙ୍କ ଶେଷ ଦର୍ଶନ କରିଥିଲେ।

 

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories