www.samajalive.in
Saturday, December 6, 2025
26.1 C
Bhubaneswar

ଉଚ୍ଚ ସ୍ୱପ୍ନ ଦେଖ ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କର -ରାଜ୍ୟପାଳ

ଫୁଲବାଣୀ : ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଦୁଇ ଦିନିଆ କନ୍ଧମାଳ ଓ ବୌଦ୍ଧ ଜିଲା ଗ୍ରସ୍ତରେ ଆସି କନ୍ଧମାଳ ଜିଲାର ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମିଶନ ଶକ୍ତି କାଫେ, ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ବିଦ୍ୟାଳୟ ଆଦି ପରିଦର୍ଶନ କରିଛନ୍ତି। ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ପାଇବା ଦରକାର। ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ପୌଷ୍ଟିକ ଆହାର ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ ଏବଂ ସ୍ୱାସ୍ଥ୍ୟ ସଚେତନତା ପାଇଁ ବିଶେଷ ପ୍ରୟାସ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି।
ବିଶିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଡାକ୍ତର, ରୋଗୀ, ସ୍ୱାସ୍ଥ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକମାନଙ୍କ ସହ ବାର୍ତ୍ତାଳାପ କରିବା ସହିତ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। ଆକାଂକ୍ଷୀ ଜିଲ୍ଲା ପ୍ରତି ଅଧିକ ଦୃଷ୍ଟି ଦେବାକୁ ଜିଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରୀୟ ଜୀବିକା ମିଶନରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ମିଳୁଛି। ଭାରତରେ ମହିଳା ସଶକ୍ତିକରଣ ତ୍ୱରାନ୍ୱିତ ହୋଇଛି ଏବଂ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆସିଛି। ସେମାନେ ସମସ୍ତ ଯୋଜନାର ଉପଯୋଗ କରିବା ଦରକାର। ବଜାର ଚାହିଦା ମୁତାବକ ଉତ୍ପାଦ ସହ ବିଜ୍ଞାପନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଶିକ୍ଷାକୁ ପ୍ରାଥମିକତା ଦେବାକୁ ରାଜ୍ୟପାଳ ଗୁରୁତ୍ୱ ଦେଇଛନ୍ତି।

ଫିରିଙ୍ଗିଆରେ ମିଶନ ଶକ୍ତି କାଫେ ପରିଦର୍ଶନ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଉଚ୍ଚ ସ୍ୱପ୍ନ ଦେଖ ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବା ପାଇଁ ଫିରିଙ୍ଗିଆ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ହେଉଛି ସଂସ୍କାର ମନ୍ଦିର। ଏକ ସମୃଦ୍ଧ ଓ ବିକଶିତ ଶୈଶବର କେନ୍ଦ୍ର। ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେବା ସହ ଗର୍ଭବତୀ ମହିଳାମାନଙ୍କ ଯତ୍ନକୁ ଅଗ୍ରାଧିକାର ଦେବାକୁ ମାନ୍ୟବର ରାଜ୍ୟପାଳ ମାଶ୍ରିପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁ, ଅଭିଭାବକ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି।
ଜୀବନର ଲକ୍ଷ୍ୟ ନିର୍ଦ୍ଦିଷ୍ଟ କର। ଲକ୍ଷ ହାସଲ ପାଇଁ ପଥ ନିର୍ଣ୍ଣୟ କର। ରାଷ୍ଟ୍ରପତିଙ୍କ ଜୀବନୀରୁ ପ୍ରେରଣା ସଂଗ୍ରହ କରିବାକୁ ରାଜ୍ୟପାଳ ରତଙ୍ଗ ସ୍ଥିତ ଭୋଳେଶ୍ୱର ବିଦ୍ୟାପୀଠର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି। କୃଷି ହେଉଛି ଆମ ସଂସ୍କୃତି ଓ ଅର୍ଥନୀତିର ଆଧାର। କୃଷିର ଉନ୍ନତିରେ ଦେଶର ଉନ୍ନତି। ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଦି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଏହାର ଉପଯୋଗ କରି ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ଚାଷ କରିବା ଦରକାର ଏବଂ ଜୈବିକ ଚାଷକୁ ପ୍ରାଧାନ୍ୟ ଦେବାକୁ ରାଜ୍ୟପାଳ ବନ୍ଧଗଡ଼ ସ୍ଥିତ ମସଲା ପ୍ରକ୍ରିୟାକରଣ ପ୍ରକଳ୍ପ(କସମ) ପରିଦର୍ଶନ କରି ଚାଷୀ ଓ ଗ୍ରମବାସୀଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି। ରାଜ୍ୟପାଳଙ୍କ ପରିଦର୍ଶନ ବେଳେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍, କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ସମେତ ବହୁ ଜିଲା ସ୍ତରୀୟ ଅଧିକାରୀ ଓ ଉଭୟ ବ୍ଳକର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଓ ଅନ୍ୟ ଅଧିବାସୀ ମାନେ ଉପସ୍ଥିତ ଥିଲେ। ଗସ୍ତ ପରେ ରାଜ୍ୟପାଳ ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ମଧ୍ୟ ପରିଦର୍ଶନରେ ଯାଇ ସେଠାରେ ମଧ୍ୟ କିଛି ଆଲୋଚନା କରିଛନ୍ତି। ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories