www.samajalive.in
Saturday, December 6, 2025
26.1 C
Bhubaneswar

ପୁରୀ ସ୍ବର୍ଗଦ୍ବାରରେ ହେବ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ଅନ୍ତିମ ସଂସ୍କାର

କଟକ: ପୁରୀ ସ୍ବର୍ଗଦ୍ବାରରେ ହେବ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ଅନ୍ତିମ ସଂସ୍କାର । ତାଙ୍କ ପାର୍ଥୀବ ଶରୀରକୁ କଟକ ବାସଭବନରୁ ଏସସିବି ମେଡିକାଲକୁ ନିଆଯିବ। କାରଣ ୫୦ ବର୍ଷ ଧରି ସେ ଏସସିବି ସହ ଜଡିତ ଥିଲେ । ଏଇଠି ଡାକ୍ତରୀ ପାଠପଢା ଆଉ ଏଇଠି ହିଁ ଚାକିରି । ଏସସିବି ମାଟି ଗୋଡି ବି ତାଙ୍କୁ ଚିହ୍ନିଥିଲେ ବି କହିଲେ କିଛି ଭୁଲ ହେବନି। ଏସସିବି ସହ ତାଙ୍କର ଏକ ଭାବଗତ ସମ୍ପର୍କ ଥିଲା। ଏସସିବିରେ ସହକର୍ମୀ ଏବଂ ଶୁଭେଚ୍ଛୁମାନେ ଶେଷ ଦର୍ଶନ କରିବା ପରେ ପୁରୀ ସ୍ବର୍ଗଦ୍ବାର ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ମସ୍ତିସ୍କ ଆଘାତରେ ପୀଡିତ ହେବା​‌ ପରେ ଏସସିବି ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ୧୯୭୩ ମସିହାରେ ଏମବିଏସ୍ ଛାତ୍ର ଭାବରେ ସେ ଏସସିବି ମେଡିକାଲ କଲେଜରେ ଯୋଗଦେଇଥିଲେ। ଏବଂ ୧୯୮୩ ରେ ଏସସିବି ମେଡିକାଲରୁ ପିଜି ପାସ୍ କରି ସେହିଠାରେ ଆଶୁ ଚିକିତ୍ସା ଅଧିକାରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।  ପରେ ଏସସିବିର ଜରୁରୀ କାଳୀନ ଅଧିକାରୀ ବନିଯାଇଥିଲେ।


Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories