www.samajalive.in
Saturday, December 6, 2025
15.1 C
Bhubaneswar

ସମ୍ବଲପୁରରେ ସର୍ବାଧିକ ବର୍ଷା ; ଆଗକୁ ପ୍ରବଳ ଜାଡରେ ଥରିବ ଓଡିଶା!

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ସାଙ୍ଗୁକ ଝିପିଝିପି ବର୍ଷା ଜାରି ରହିଛି। ସମ୍ବଲପୁରରେ ସର୍ବାଧିକ ୨୫.୧ ମିମି ବର୍ଷା ରେକର୍ଡ କରାଯାଇଛି। ଅତାବିରା ୨୪.୨, ନୟାଗଡ ୨୧.୬, ବିଜେପୁର ୧୮ ମିମି, ଡୁଙ୍ଗୁରିପାଲି ୧୭.୨, ଉଲୁଣ୍ଡା ୧୬.୨, ରେଢାଖୋଲ ୧୬ ମିିମି ବର୍ଷା ରେକର୍ଡ କରାଯାଇଛି। ୨୬ ତାରିଖରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ସହ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ। ଶୀତର ପରିମାଣ ବଢିବ। ଅନେକ ସ୍ଥାନରେ ଘନ କୁହୁଡି ସମ୍ଭାବନା ମଧ୍ୟ ରହିଛି।
ଉପାନ୍ତରୁ ଉପକୂଳ ସବୁଠି ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଗୁରୁବାର ପର୍ଯ୍ୟନ୍ତ ପାଗ ଏଭଳି ଲାଗି ରହିବା ସହ ବର୍ଷା ଜାରି ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଟୁଇନ ସିଟିରେ ମଧ୍ୟ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି। ଗୁରୁବାର ପାଇଁ ଗଜପତି, ଗଞ୍ଜାମ , ପୁରୀ , କନ୍ଧମାଳ, ଜଗତସିଂହପୁର , କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories