ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ମୋବାଇଲ୍ ଫୋନ ବ୍ୟବହାର ଉପରେ ଲାଗୁ ହୋଇଥିବା କଟକଣାରେ ସାମାନ୍ୟ କୋହଳ କରାଯାଇଛି। ସୁରକ୍ଷା ସ୍ଥିତି ସମୀକ୍ଷା କରାଯିବା ପରେ ଶନିବାର ପ୍ରିପେଡ୍ ସିମ୍କାର୍ଡରେ ଫୋନ୍ କଲ୍ ଏବଂ ଏସଏମଏସ ସେବା ଆରମ୍ଭ ହୋଇଛି। ଜାମ୍ମୁ-କାଶ୍ମୀର ମୁଖ୍ୟ ସଚିବ ରୋହିତ କଂଶଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ସହିତ ପ୍ରଶାସନ ପକ୍ଷରୁ ଜାମ୍ମୁର ୧୦ଟି ଜିଲା ସମେତ କାଶ୍ମୀରର ୨ଟି ରାଜସ୍ବ ଜିଲା କୁପୱାରା ଓ ବାନ୍ଦିପୋରାରେ ୨-ଜି ଇଣ୍ଟରନେଟ ସେବା ସଂଯୋଗ କରିବାକୁ ମୋବାଇଲ କମ୍ପାନୀଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଧାରା ୩୭୦ ଉଚ୍ଛେଦ ହେବା ପରେ ୫ମାସରୁ ଅଧିକ ସମୟ ଧରି ପ୍ରିପେଡ୍ ମୋବାଇଲ ସେବା ବନ୍ଦ ରହିଥିଲା। ଗତ ୧୫ ତାରିଖରେ ଜାମ୍ମୁ ରିଜିଅନରେ ମୋବାଇଲ ଇଣ୍ଟରନେଟ ସେବା ପୁନଃ ଆରମ୍ଭ କରାଯାଇଥିବାବେଳେ ହୋଟେଲ, ଟ୍ରାଭେଲ୍ସ ପ୍ରତିଷ୍ଠାନ ଏବଂ ହସ୍ପିଟାଲଗୁଡ଼ିକରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ହୋଇଥିଲା।
ଜାମ୍ମୁ-କାଶ୍ମୀରରେ କଟକଣା କୋହଳ; ପ୍ରିପେଡ୍ ସିମ୍କାର୍ଡରେ କଲ୍ ଓ ଏସଏମଏସ ସେବା ଆରମ୍ଭ
Popular Categories



