www.samajalive.in
Saturday, December 6, 2025
15.1 C
Bhubaneswar

ଗର୍ଭବତୀଙ୍କୁ ଶରତ ଥାନା ଓଆଇସି ରିନା ବକ୍ସଲାଙ୍କ ନିର୍ଦ୍ଦୟ ବ୍ୟବହାର, କାର୍ଯ୍ୟରୁ ନିଲମ୍ବିତ

ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀ ରିନା ବକ୍ସଲା ଜଣେ ଗର୍ଭବତୀଙ୍କୁ ନିର୍ଦ୍ଦୟ ଭାବେ ୩ କିଲୋମିଟର ଚଳାଇବା ଘଟଣାରେ ଏସପି ସ୍ମିଥ ପି. ପାରମାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ରବିବାର ହେଲମେଟ୍‍ ଚେକିଂ ଚାଲିଥିବା ବେଳେ ବାଇକରେ ଯାଉଥିବା ଏକ ଦମ୍ପତି ଧରା ପଡିଥିଲେ। ବାଇକ୍‍ ଚଳାଉଥିବା ସ୍ୱାମୀ ହେଲମେଟ୍‍ ପିନ୍ଧିଥିଲେ ମଧ୍ୟ ୮ ମାସର ଗର୍ଭବତୀ ଥିବା ତାଙ୍କ ପତ୍ନୀ ହେଲମେଟ୍‍ ପିନ୍ଧି ନଥିଲେ। ଏ ନେଇ ଯାହାକୁ ନେଇ ଶରତ ଥାନା ଅଧିକାରୀ ରିନା ବକ୍ସଲା ସମ୍ପୃକ୍ତ ମହିଳାଙ୍କୁ ୩ କି.ମି. ଚଲାଇଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁଯାୟୀ, ଶରତ ଥାନା ଅନ୍ତର୍ଗତ ନୋଟ ପଚାଂୟତର ଆଦିବାସୀ ଜନଜାତି ହୋ ସମ୍ପ୍ରଦାୟର ବିକ୍ରମ ବିରୁଲି ୮ ମାସର ଗର୍ଭବତୀ ଥିବା ତାଙ୍କ ପତ୍ନୀ ଗୁରୁବାରୀ ବିରୁଲିଙ୍କୁ ବାଇକ୍‍ ଯୋଗେ ଉଦଳା ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ନେଉଥିଲେ। ବିକ୍ରମ ମୁଣ୍ଡରେ ହେଲମେଟ ଓ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ମୁହଁରେ ମାସ୍କ ପିନ୍ଧିଥିଲେ। ହେଲେ ପତ୍ନୀ କାହିଁକି ହେଲମେଟ ପିନ୍ଧି ନାହାଁନ୍ତି ବୋଲି ପ୍ରଶ୍ନ କରିବା ସହ ପୋଲିସ ରସିଦ୍‍ କାଟିଥିଲା। ପାଖରେ ଏତେ ଟଙ୍କା ନଥିବାରୁ ଅନ୍‍ ଲାଇନ୍‍ ମାଧ୍ୟମରେ ଜୋରିମାନା ବାବଦ ଅର୍ଥ ପୈଠ କରିବା ନିମନ୍ତେ ବିକ୍ରମ ପୁଲିସକୁ ଅନୁରୋଧ କରିଥିଲେ। ହେଲେ ସଂଗେ ସଂଗେ ଜୋରିମାନା ଅର୍ଥ ଦେବାକୁ ଥାନା ଅଧିକାରୀ ରିନା ବକ୍ସଲା ଧମକ ଦେବା ସହ ଟଙ୍କା ନଦେଲେ ଗାଡ଼ି ଛଡାଯିବ ନାହିଁ ବୋଲି କହିଥିଲେ।

- Advertisement -

ଏହି ଘଟଣାକୁ ନେଇ ପୁଲିସ ଓ ବିରୁଲିଙ୍କ ମଧ୍ୟରେ କଥା ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ଅଧିକାରୀଜଣଙ୍କ ଗର୍ଭବତୀ ମହିଳାଙ୍କୁ ରାସ୍ତାରେ ଛାଡି ତାଙ୍କ ସ୍ୱାମୀକୁ ଥାନାରେ ୪ ଘଂଟା ଅଟକ ରଖିବା ସହ ବାଇକ୍‍ ଓ ମୋବାଇଲ୍‍ ଛଡାଇ ନେଇଥିଲେ। ତେଣୁ ଗୁରୁବାରୀ ୩ କିମି ଚାଲି ଚାଲି ଥାନାରେ ପହଂଚିଥିଲେ। ସେହି ଦମ୍ପତି ଏସଡ଼ିପିଓଙ୍କୁ ଘଟଣା ବାବଦରେ ଅଭିଯୋଗ କରିବା ପରେ ଏସପି ଶ୍ରୀ ପାରମାର ସମ୍ପୃକ୍ତ ଥାନା ଅଧିକାରିଣୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories