www.samajalive.in
Saturday, December 6, 2025
15.1 C
Bhubaneswar

ଗୋଟିଏ ମଂଚରେ ଏକାଠି ହେବାସତ୍ୱେ ମହାରାଷ୍ଟ୍ରରେ ଶିବସେନା-ଏନସିପି ମତଭେଦ ତୀବ୍ର ହେବାରେ ଲାଗିଛି

ମୁମ୍ବଇ: ମହାରାଷ୍ଟ୍ରରେ ଉଦ୍ଧବ ଥାକ୍‍ରେଙ୍କ ନେତୃତ୍ୱାଧୀନ ସରକାର ଏକାଧିକ ବିବାଦରେ ଛନ୍ଦି ହୋଇପଡିଥିବାବେଳେ ସ୍ଥିତି ସୁଧାରିବାକୁ ତାଙ୍କ ସହିତ ମେଣ୍ଟର ଅନ୍ୟ ଦଳଗୁଡିକକୁ ନେଇ ଗଠିତ ମହା ବିକାଶ ଅଘାଡିର ନେତୃବୃନ୍ଦ ଗୋଟିଏ ମଂଚରେ ଏକତ୍ରିତ ହୋଇଥିଲେ ମଧ୍ୟ ଦୀର୍ଘକାଳ ଧରି ରହିଥିବା ଶିବସେନା ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମଧ୍ୟରେ ମତଭେଦ କ୍ରମଶଃ ବ୍ୟାପକ ହେବାରେ ଲାଗିଛି ଏବଂ ତାହା ଏବେ ପଦାରେ ପଡିଛି। ଏନସିପି ନେତା ଅନିଲ ଦେଶମୁଖ ଗୃହମନ୍ତ୍ରୀ ଭାବେ ରହିବା ଏବଂ ମହା ବିକାଶ ଅଘାଡିର ପରିସ୍ଥିତିକୁ ସୁଧାରିବା ପ୍ରୟାସକୁ ନେଇ ଗତ ଦୁଇଦିନ ଧରି ଶିବସେନା ଲଗାତର ପ୍ରଶ୍ନ ଉଠାଇ ଚାଲିଛି।

ଇତିମଧ୍ୟରେ ୟୁପିଏର ନେତୃତ୍ୱକୁ ନେଇ କଂଗ୍ରେସ ନେତା ନାନା ପାଟୋଲେ ଏବଂ ଶିବସେନା ନେତା ସଂଜୟ ରାଉତଙ୍କ ମଧ୍ୟରେ ବେଶ୍‍ ଯୁକ୍ତିତର୍କ ହୋଇଛି। ଏକ ସୂତ୍ରରୁ କୁହାଯାଇଛି ଯେ ଏନସିପି ମୁଖ୍ୟ ଶରଦ ପୱାର ଏବଂ କେନ୍ଦ୍ର ଅମିତ ଶାହଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ବସିବାପରେ ରାଜ୍ୟ ରାଜନୈତିକ ଚିତ୍ରପଟ୍ଟରେ କିଛିଗୋଟାଏ ପରିବର୍ତ୍ତନ ଘଟିବାକୁ ଚର୍ଚା ହେଉଛି, ଅବଶ୍ୟ ଏହାକୁ ଏନସିପି ପକ୍ଷରୁ ଖଣ୍ଡନ କରାଯାଇଛି।

- Advertisement -

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ ସେ ମୁମ୍ବଇର ସଂପ୍ରତି ନିଲମ୍ବିତ ଓ ଗିରଫ ହୋଇଥିବା ସହକାରୀ ଇନ୍ସପେକ୍ଟର ସଚିନ ୱାଜେଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନଙ୍କୁ ମୁମ୍ବଇର ବାର୍‍ ଏବଂ ରେଷ୍ଟୁରାଣ୍ଟଗୁଡିକରୁ ୧୦୦ କୋଟି ଟଙ୍କା ସଂଗ୍ରହ କରିବାକୁ କହିଥିଲେ। ଶିଳ୍ପପତି ମୁକେଶ ଅମ୍ବାନିଙ୍କ ବାସଭବନ ନିକଟରୁ ବିସ୍ଫୋରକ ବୋଝେଇ ଗାଡିକୁ ଜବତ କରାଯିବା ଘଟଣାରେ ୱାଜେଙ୍କୁ ଗିରଫ କରାଯିବା ପରେ ମୁମ୍ବଇ ପୁଲିସର ପୂର୍ବତନ ମୁଖ୍ୟ ପରମ ବୀର ସିଂଙ୍କୁ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିଲା। ବଦଳି ହେବାପରେ ପରମ ବୀର ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ଏହି ସଂଗୀନ ଅଭିଯୋଗ ଆଣିଥିଲେ।

ତେବେ ଗତ ସପ୍ତାହରେ ମହା ବିକାଶ ଅଘାଡି ପକ୍ଷରୁ ପରମ ବୀରଙ୍କର ଏ ସଂକ୍ରାନ୍ତ ପତ୍ରକୁ ନିନ୍ଦା କରାଯିବା ସହିତ ସରକାରରେ ଅସ୍ଥିରତା ସୃଷ୍ଟି କରିବାକୁ ବିରୋଧୀ ପକ୍ଷ ଏଭଳି ଉଦ୍ୟମ କରୁଥିବା କୁହାଯାଇଥିଲା। ସେଥିପାଇଁ ଏହି ଘଟଣାରେ ଦେଶମୁଖଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ମହା ବିକାଶ ଅଘାଡି ସରକାର ଗଠନ ସମୟରେ ଏନସିପି ସହିତ ଆଲୋଚନା କରିବାକୁ ଉଦ୍ଧବ ଥାକ୍‍ରେଙ୍କ ଦୂତ ଭାବରେ ଯାଇଥିବା ଶିବସେନା ନେତା ସଂଜୟ ରାଉତ ଦେଶମୁଖଙ୍କୁ ସମାଲୋଚନା କରି କହିଛନ୍ତି ଯେ ସେ ଦୈବାତ୍‍ ଗୃହମନ୍ତ୍ରୀ ହୋଇଯାଇଛନ୍ତି। ସାଂପ୍ରତିକ ପରିସ୍ଥିତିରେ ସମସ୍ୟା ସମାଧାନ କରିବାରେ ମହା ବିକାଶ ଅଘାଡି ସରକାରଙ୍କ ପଦକ୍ଷେପକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଶିବସେନା ଏବଂ କଂଗ୍ରେସର ଅନେକ ନେତା ଏହାକୁ ନେଇ ଅସୁଖୀ ଥିଲେ ମଧ୍ୟ ସେମାନେ ବାହାରେ ପ୍ରକାଶ କରିପାରୁନାହାନ୍ତି ବୋଲି ଦଳୀୟ ସୂତ୍ରରୁ କୁହାଯାଉଛି। ବିଶେଷକରି ଦେଶମୁଖ ଏପର୍ଯ୍ୟନ୍ତ ଗୃହମନ୍ତ୍ରୀ ରହିଥିବା ଘଟଣାରେ ମେଣ୍ଟର ଅନେକ ସନ୍ତୁଷ୍ଟ ନାହାନ୍ତି। ଏହା ଅତ୍ୟନ୍ତ ସମ୍ବେଦନଶୀଳ ପଦବୀ ହୋଇଥିବାରୁ ଏହାକୁ ଅତ୍ୟନ୍ତ ଯତ୍ନର ସହିତ ପରିଚାଳନା କରାଯିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories