www.samajalive.in
Saturday, December 6, 2025
26.1 C
Bhubaneswar

କୃଷି ଆଇନର ନକଲ ପୋଡି ହୋଲିକା ଦହନ ପାଳିଲେ ବିକ୍ଷୋଭକାରୀ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଦୀର୍ଘଦିନ ହେଲା ବିକ୍ଷୋଭ କରୁଥିବା ଚାଷୀମାନେ ରବିବାର ଦିନ ପବିତ୍ର ହୋଲି ପର୍ବକୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରିଛନ୍ତି। ଏହିଦିନ ହୋଲିକା ଦହନ୍‍ ଅନୁଷ୍ଠିତ ହେଉଥିବାବେଳେ ବିକ୍ଷୋଭକାରୀ ଚାଷୀମାନେ ନୂଆ କୃଷି ଆଇନର ନକଲକୁ ପୋଡି ଏହି ପର୍ବ ପାଳନ କରିଛନ୍ତି। ଏଥି ସହିତ ସେମାନେ କହିଛନ୍ତି ଯେ ନୂଆ କୃଷି ଆଇନକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ନୂଆ ପୃଥକ ଆଇନ ଅଣାନଯିବା ପର୍ଯ୍ୟନ୍ତ ସେମାନେ ବିକ୍ଷୋଭ ଜାରି ରଖିବେ।

କୃଷକ ସଂଗଠନ ସମୂହର ଏକ ମିଳିତ ସାମ୍ମୁଖ୍ୟ ‘ସାମ୍ମୁଖ୍ୟ କିଷାନ ମୋର୍ଚ୍ଚା’ କହିଛି, ଏହା ଏପ୍ରିଲ ୫ ତାରିଖ ଦିନ ଏଫସିଆଇ ବଂଚାଅ ଦିବସ ପାଳନ କରିବ। ଏହିଦିନ ସମଗ୍ର ଦେଶରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏଫସିଆଇ ଅଧିକାରୀମାନଙ୍କୁ ଘେରାଉ କରାଯିବ। ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‍ପି) ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ବନ୍ଦ କରିଦେବା ସକାଶେ ପରୋକ୍ଷରେ ବହୁବାର ଉଦ୍ୟମ କରିଛନ୍ତି। ଗତ କିଛିବର୍ଷ ମଧ୍ୟରେ ଏଫସିଆର ବଜେଟ ପରିମାଣ ମଧ୍ୟ ହ୍ରାସ କରାଯାଇଛି। ନିକଟରେ ଶସ୍ୟ ସଂଗ୍ରହ ନିମନ୍ତେ ଏଫସିଆଇ ତାହାର ନିୟମ ମଧ୍ୟ ପରିବର୍ତ୍ତନ କରିଛି ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories