www.samajalive.in
Monday, December 15, 2025
27.1 C
Bhubaneswar

ପୁଣି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ – ମାନବିକତା ଦେଖାଇଲେ ଆମ୍ବୁଲାନସ କର୍ମଚାରୀ

କାଶୀପୁର: ସ୍ବଧୀନତାର ଅନେକ ବର୍ଷପରେ ମଧ୍ୟ ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଡି ଚଳାଚଳ ପାଇଁ ସାଧାରଣ ରାସ୍ତାଟିଏ ହୋଇ ପାରିନାହିଁ। ପକ୍କା ସଡକ ନ ଥିବାରୁ ଆଜି ଏକ ଜରୁରୀ କାଳୀନ ସେବାରୁ ବଞ୍ଚିତ ହେଇଛନ୍ତି ଜଣେ ଗର୍ଭବତୀ ମହିଳା। ୧୦୮ ଆମ୍ବୁଲାନସ ଗାଁରେ ପହଞ୍ଚି ପାରିଲାନାହିଁ। ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ନାଳ ନାର୍ଦମା ଡେଇଁ ପ୍ରାୟ ଦୁଇ କିମି ଆଣିବାକୁ ପଡିଥିଲା। ଏହିପରି ଏକ ଅଭାବନିୟ ଘଟଣାଟ ଘଟିଛି ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଅଡ଼ାଜୋର ଗ୍ରାମ ପଞ୍ଚାୟତର ଦଳଗୁମ୍ମା ଗ୍ରାମରେ। ପିଡିତା ହେଲେ ବିକ୍ରମ ମାଝିଙ୍କ ସ୍ତ୍ରୀ ହାମଦେଇ ମାଝି। ତାଙ୍କ ପ୍ରସବ କାଳିନ ବ୍ୟଥା ଆରମ୍ଭ ହେବା ନେଇ ପରିବାର ଲୋକେ ପିଡିତାଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେବା ପାଇଁ ୧୦୮ ଆମ୍ବୁଲାନସ ଗାଡିକୁ ଯୋଗାଯାଗ କରିଥିଲେ। ଏହାପରେ କାଶୀପୁରର ୧୦୮ ଆମ୍ବୁଲାନସ ବାହାରି ରାୟେଲ ପଟା ଗ୍ରାମ ନିକଟସ୍ଥ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ହେଇଥିବା ରାସ୍ତା ପର୍ୟ୍ୟନ୍ତ ପହଞ୍ଚିଥିଲା।

ଆଗକୁ ରାସ୍ତା ନ ଥିବାରୁ ଆମ୍ବୁଲାନସଟି ଗ୍ରାମକୁ ଯାଇ ପାରିନଥିଲା। ଫଳରେ ସେହିଠାରେ ହିଁ ଆମ୍ବୁଲାନସଟି ଅଟକି ଯାଇଥିଲା। ଗ୍ରାମଠାରୁ ଆମ୍ବୁଲାନସ ଥିବା ରାସ୍ତାର ଦୂରତା ୨କିଲୋମିଟର । ହେଲେ ଗାଁ ରେ ପ୍ରସୂତି ମହିଳାଙ୍କୁ ବୋହି ଆଣିବାକୁ ପୁରୁଷ ଲୋକ ନ ମିଳିବାରୁ ଶେଷରେ ଗାଁ ମହିଳା ମାନଙ୍କ ସହଯୋଗରେ ଆମ୍ବୁଲାନସ କର୍ମଚାରୀ ସାହାଯ୍ୟର ହାତ ବଢ଼ାଇଥିଲେ। ଆମ୍ବୁଲାନସ ଫାର୍ମାସିଷ୍ଟ ନଳିନୀ ବିଡିକା, ଡ୍ରାଇଭର ଧବଳେଶ୍ବର ପୂଜାରୀ ଓ ହେଲ୍ପର ସୀମାଞ୍ଚଳ ଗ୍ରାମର ମହିଳାଙ୍କ ସହ ପ୍ରାୟ ଦୁଇ କିମି ଦୂରରେ ଥିବି ଆମ୍ବୁଲାନସ ନିକଟକୁ ଉକ୍ତ ମହିଳାଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ବୋହି ଆଣିଥିଲେ। ଗର୍ଭବତିି ମହିଳା ଚିକିତ୍ସା ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆମ୍ବୁଲାନସ କର୍ମଚାରିଙ୍କ ମାନବିକତା ଯୋଗୁଁ ମହିଳା ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇପାରିଥିଲେ। ଆମ୍ବୁଲାନସ କର୍ମଚାରିଙ୍କ ଏଭଳି କାର୍ୟ୍ୟ ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories