www.samajalive.in
Saturday, December 13, 2025
14.1 C
Bhubaneswar

ନାଗରିକତ୍ୱ ପ୍ରମାଣ ପ୍ରସଙ୍ଗ – ଭୋଟର ପରିଚୟପତ୍ର ବୈଧ ଦଲିଲ

ମୁମ୍ବାଇ: ଆଧାର କାର୍ଡ ଜଣେ ବ୍ୟକ୍ତିର ନାଗରିକତ୍ବର ପ୍ରମାଣ ପାଇଁ ଏକ ବୈଧ ଦଲିଲ ନୁହେଁ। ଆଧାର କର୍ତ୍ତୃପକ୍ଷ ଏହା ସ୍ପଷ୍ଟ କରିଦେବା ପରେ ଏବେ ନିଜର ନାଗରିକତ୍ୱର ପ୍ରମାଣ ଦେବା ପାଇଁ ଜଣେ ବ୍ୟକ୍ତିର କେଉଁ ପରିଚୟ ପତ୍ରକୁ ଏକ ବୈଧ ଓ ପର୍ୟ୍ୟାପ୍ତ ଦଲିଲ ରୂପେ ଗ୍ରହଣ କରାଯିବ, ତାକୁ କେନ୍ଦ୍ରକରି ଏକ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସଂପ୍ରତି ମୁମ୍ବଇ ଅଦାଲତଙ୍କ ଏକ ରାୟ ଏହା ଉପରେ ବସ୍ତୁତଃ ପୂର୍ଣ୍ଣଛେଦ ପକାଇଛି।

ମୁମ୍ବଇର ଏକ ଅଦାଲତ ଏ ବିବାଦ ସଂକ୍ରାନ୍ତ ଏକ ମାମଲାର ଶୁଣାଣି ବେଳେ ନାଗରିକତ୍ବ ପ୍ରମାଣ ଲାଗି ଭୋଟର ପରିଚୟ ପତ୍ର ବୈଧ ଦଲିଲ ବୋଲି କହିଛନ୍ତି। ନିକଟରେ ମହାରାଷ୍ଟ୍ର ପୁଲିସ୍‌ ‘ବାଂଲାଦେଶୀ ଅନୁପ୍ରବେଶକାରୀ’ ଅଭିଯୋଗରେ ଦୁଇଜଣ ବ୍ୟକ୍ତିଙ୍କୁ ଗରିଫ କରିଥିଲା। ତେବେ ଗିରଫ ହୋଇଥିବା ଏହି ବ୍ୟକ୍ତିଦ୍ବୟଙ୍କ ନିକଟରେ ସେମାନଙ୍କର ଭୋଟର ପରିଚୟ ପତ୍ର ରହିଥିଲା। ଏଥିରେ ସେମାନେ ଭାରତୀୟ ବୋଲି ଦର୍ଶାଯାଇଥିଲା। ଅଭିଯୁକ୍ତମାନଙ୍କ ଭୋଟର ପରିଚୟ ପତ୍ରକୁ ଦେଖିବା ପରେ ଅଦାଲତ ଏହି ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି। ଏଥିସହ ଅଦାଲତ ସ୍ପଷ୍ଟ କରି ଦେଇଥିଲେ ଯେ, ନିଜର ନାଗରିକତ୍ୱର ପ୍ରମାଣ ଦେବା ପାଇଁ ଜଣେ ବ୍ୟକ୍ତିର ଭୋଟର ପରିଚୟପତ୍ର ହେଉଛି ଏକ ବୈଧ ଓ ପର୍ୟ୍ୟାପ୍ତ ଦଲିଲ। ଭୋଟର ପରିଚୟ ପତ୍ରକୁ ନାଗରିକତାର ପ୍ରମାଣପତ୍ର ରୂପେ ଗ୍ରହଣ କରାଯାଇ ପାରିବ। ତେବେ ନାଗରିକତା ପ୍ରମାଣ ଉଦ୍ଦେଶ୍ୟରେ ଆଧାର କାର୍ଡ, ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ରାସନ୍‌ କାର୍ଡକୁ ଏକ ବୈଧ କିମ୍ବା ପର୍ୟ୍ୟାପ୍ତ ଦଲିଲ ରୂପେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories